କେନ୍ଦୁଝର: ପାଟଣା ବନାଞ୍ଚଳ ଡୁମୁରିଆ ବିଟ୍ ଅନ୍ତର୍ଗତ ପିଛୁଳାବେଡା ଗ୍ରାମ ନିକଟରେ ଗୋଟିକିଆ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ଏବଂ ଜଣେ ଗୁରୁତର।
ସୂଚନା ଅନୁଯାୟୀ ସେମାନେ ପିଛୁଳାବେଡା ନିକଟରେ ଥିବା ନାଳରେ ନୂତନ ପୋଲ ନିର୍ମାଣ ପାଇଁ ମାଟି ସର୍ଭେ କାର୍ଯ୍ୟ କରୁଥିଲେ। ରାତିରେ ତମ୍ବୁ ରେ ୪ ଜଣ ଶୋଇଥିବା ବେଳେ ଆକ୍ରମଣ କରିଥିଲା ହାତୀ। ତିନି ଜଣ ଖସି ଯାଇଥିବା ବେଳେ ଜଣକୁ ହାତୀ ମାରିଦେଇଥିବା ଜଣାପଡିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ଜେନାପୁର ଥାନା ସୁଆଁପୁର ଗ୍ରାମର ବିରଞ୍ଚି ଜେନା। ଆହତ ଜଣକ ହେଉଛନ୍ତି ସେହି ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ କାମ୍ପାଳମଙ୍ଗରାଜପୁର ଗ୍ରାମର ଯୋଗେନ୍ଦ୍ର ବାହାଳିଆ । ପାଟଣା ବନପାଳ ନିରଞ୍ଜନ ସେଠୀ ଉଭୟଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ବିରଞ୍ଚି ଜେନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଆହତଙ୍କ ଚିକିତ୍ସା ଜାରି ରହିଛି।