ଲର୍ଡ୍ସ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲର୍ଡସରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପକ୍ଷରୁ କେଏଲ ରାହୁଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ଏହି ଶତକ ସହିତ ସେ ଟେଷ୍ଟ ଫର୍ମାଟରେ ସେନା ଦେଶରେ ସର୍ବାଧିକ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। ଆଜି ଆମେ ଆପଣଙ୍କୁ ସେହି ଶ୍ରେଷ୍ଠ ୫ ଭାରତୀୟ ବ୍ୟାଟର ନାଁ କହିବୁ ଯେଉଁମାନେ ଟେଷ୍ଟ କ୍ରିକେଟରେ ସେନା ଦେଶରେ ସର୍ବାଧିକ ଶତକ ହାସଲ କରିଛନ୍ତି। ସେନା ଦେଶଗୁଡ଼ିକ ହେଉଛି ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ।
ଏହି ତାଲିକାର ଶୀର୍ଷରେ ଭାରତୀୟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ନାମ ରହିଛି। ସେ ସେନା ଦେଶଗୁଡ଼ିକରେ ଟେଷ୍ଟରେ ସର୍ବାଧିକ ୧୭ଟି ଶତକ ହାସଲ କରିଛନ୍ତି। ସଚିନ ସେନା ଦେଶଗୁଡ଼ିକରେ ୬୩ଟି ଟେଷ୍ଟର ୧୧୪ ଇନିଂସରେ ୫୧.୩୦ ହାରରେ ୫୩୮୭ ରନ୍ କରିଥିଲେ। ଏଥିରେ ତାଙ୍କର ସର୍ବାଧିକ ସ୍କୋର ଅପରାଜିତ ୨୪୧ ରନ। ସେନା ଦେଶଗୁଡ଼ିକରେ ତାଙ୍କ ନାମରେ ୨୩ଟି ଅର୍ଦ୍ଧଶତକ ମଧ୍ୟ ଅଛି।
ବିରାଟ କୋହଲିଙ୍କ ନାମ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି। ବିରାଟ ସେନା ଦେଶରେ ଟେଷ୍ଟ ଫର୍ମାଟରେ ୧୨ଟି ଶତକ ହାସଲ କରିଛନ୍ତି। ସେଠାରେ ସେ ୪୮ଟି ମ୍ୟାଚର ୯୩ଟି ଇନିଂସରେ ୪୧.୫୪ ହାରରେ ୩୭୮୧ ରନ କରିଛନ୍ତି। ସେନା ଦେଶରେ ତାଙ୍କ ନାମରେ ୧୪ଟି ଅର୍ଦ୍ଧଶତକ ରହିଛି।
ଏହି ତାଲିକାରେ ପୂର୍ବତନ କିମ୍ବଦନ୍ତୀ ଭାରତୀୟ ବ୍ୟାଟର ରାହୁଲ ଦ୍ରାବିଡଙ୍କ ନାମ ତୃତୀୟ ସ୍ଥାନରେ ଅଛି। ଦ୍ରାବିଡ ସେନା ଦେଶରେ ୧୦ଟି ଶତକ ହାସଲ କରିଛନ୍ତି। ଏହି ଦେଶରେ ସେ ୪୬ଟି ମ୍ୟାଚର ୮୯ ଇନିଂସରେ ୪୯.୮୪ ହାରରେ ୩୯୦୯ ରନ କରିଛନ୍ତି। ସେନା ଦେଶରେ ତାଙ୍କ ନାମରେ ୧୭ଟି ଅର୍ଦ୍ଧଶତକ ମଧ୍ୟ ଅଛି।
ଲିଟିଲ୍ ମାଷ୍ଟର ସୁନୀଲ ଗାଭାସ୍କର ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ଚାରୋଟି ଦେଶରେ ଟେଷ୍ଟରେ ମୋଟ୍ ୮ଟି ଶତକ ହାସଲ କରିଛନ୍ତି। ମୋଟ ୩୩ଟି ଟେଷ୍ଟ ମ୍ୟାଚ୍ ଖେଳି ୪୪.୮୦ ହାରରେ ୨୪୬୪ ରନ କରିଥିଲେ। ତାଙ୍କ ନାମରେ ୧୧ଟି ଅର୍ଦ୍ଧଶତକ ମଧ୍ୟ ଅଛି।
କେଏଲ ରାହୁଲ ତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। ରାହୁଲ ସେନା ଦେଶରେ ଏ ପର୍ଯ୍ୟନ୍ତ ୭ଟି ଶତକ ଅଛି। ସେଠାରେ ସେ ୨୯ଟି ମ୍ୟାଚ୍ ର ୫୫ଟି ଇନିଂସରେ ୩୩.୦୦ ହାରରେ ୧୭୮୨ ରନ କରିଛନ୍ତି। ସେଠାରେ ତାଙ୍କର ସର୍ବାଧିକ ସ୍କୋର ୧୪୯ ରନ। ରାହୁଲ ସେନା ଦେଶରେ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।