ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜୁଲାଇ ୧୦ରୁ ଲର୍ଡ୍ସରେ ତୃତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ । ଏହି ମ୍ୟାଚରେ ଉଭୟ ଦଳର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହୋଇପାରେ । ତେବେ ଭାରତର ଚୂଡାନ୍ତ ଏକାଦଶରେ ସ୍ପିନର କୁଲଦୀପ ଯାଦବଙ୍କୁ ଖେଳାଇବା ଉଚିତ୍ । ସେ ବୋଲିଂରେ ବିବିଧତା ଆଣି ପାରିବେ । ଏହା କହିଛନ୍ତି ଇଂଲଣ୍ଡର ପୂର୍ବତନ ବରିଷ୍ଠ କ୍ରିକେଟର କେଭିନ ପିଟରସନ ।
ଗତ ମ୍ୟାଚରେ ଯେବେ ୱାଶିଂଟନ ସୁନ୍ଦରଙ୍କୁ ସ୍ଥାନ ମିଳିଲା ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ଯଦି ବୋଲିଂ ଦୃଷ୍ଟିରୁ ଦେଖିବା ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ଉଭୟ ବିଫଳ ହୋଇଥିଲେ । କିନ୍ତୁ ବ୍ୟାଟିଂ ଦୃଷ୍ଟିରୁ ଦୁହେଁ ରନ କରିଥିଲେ । ତେଣୁ ପ୍ରଶ୍ନ ଉଠୁଛି କଣ ଭାରତୀୟ ଦଳ ପ୍ରବନ୍ଧକ ବ୍ୟାଟିଂରେ ଗଭୀରତା ଆଣିବା ପାଇଁ କୁଲଦୀପ ଯାଦବଙ୍କୁ ସୁଯୋଗ ଦେବନି ? କୁଲଦୀପ ଯାଦବ ପ୍ରତିଟି ମ୍ୟାଚ୍ ପାଇଁ ସର୍ବଦା ପ୍ରସ୍ତୁତ ôଥାଆନ୍ତି । ସେ ସବୁ ମ୍ୟାଚ୍ ପୂର୍ବରୁ ନିଜର ପୂରା ପ୍ରସ୍ତୁତି କରିଥାନ୍ତି ।
କେଭିନ ପିଟରସନ ଟାଇମ୍ସ ଅଫ ଇଣ୍ଡିଆ ସହ ଆଲୋଚନା ବେଳେ କହିଛନ୍ତି, କୁଲଦୀପଙ୍କୁ ଟେଷ୍ଟରେ ଖେଳାଇବା ଜରୁରୀ । ଭାରତ ଗୋଟିଏ ହାରିଥିବା ବେଳେ ଗୋଟିଏ ଜିତିିଛି । ଦଳର ବୋଲିଂ ବିବିଧତାରେ କିଛିଟା କମ ରହିଛି । ଦଳ କୁଲଦୀପ ଯାଦବଙ୍କ ବୋଲିଂ ବିବିଧତାର ଫାଇଦା ଉଠାଇବା ଉଚିତ୍ । କାରଣ କୁଲଦୀପ ଦସ ସର୍ବଦା ୱିକେଟ୍ ନେବାକୁ ପସନ୍ଦ କରିଥାନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଶିବିରରେ ଆମେ ଦୁହେଁ ଇଂଲଣ୍ଡ ପରିବେଶରେ ବୋଲିଂକୁ ନେଇ ବହୁତ ଆଲୋଚନା କରୁ । ତାଙ୍କର ବୋଲିଂ ଶୈଳୀ ବେଶ ନିଆରା ରହିଛି । ତାଙ୍କୁ ଇଂଲଣ୍ଡରେ ବୋଲିଂ କରିବା ଦେଖିବାକୁ ପସନ୍ଦ କରିବି ବୋଲି ପିଟରସନ କହିଛନ୍ତି ।