ନୂଆଦିଲ୍ଲୀ: ଭାରତ ସହ ଡିଲ୍ ପୂର୍ବରୁ ଆମେରିକା ୟୁରୋପୀୟ ସଂଘ ଏବଂ ମେକ୍ସିକୋ ଉପରେ ୩୦ ପ୍ରତିଶତ ଶୁଳ୍କ ଘୋଷଣା କରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ ହୋଇଥିବା ଚିଠିରେ କହିଛନ୍ତି ଯେ ଅଗଷ୍ଟ ୧ ରୁ ୟୁରୋପୀୟ ସଂଘ ଏବଂ ମେକ୍ସିକୋ ଉଭୟରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୩୦% ଆମେରିକା ଶୁଳ୍କ ଲାଗୁ ହେବ। ୟୁରୋପୀୟ ସଂଘ ଆଶା କରୁଥିଲା ଯେ ୨୭ ଦେଶର ଏହି ଗୋଷ୍ଠୀ ପାଇଁ ଆମେରିକା ସହିତ ଏକ ବ୍ୟାପକ ବାଣିଜ୍ୟ ଚୁକ୍ତି ହେବ। କିନ୍ତୁ ଏପରି ହୋଇନାହିଁ ଓଲଟା ଟ୍ରମ୍ପ ଏହି ସୁବ ଦେଶ ଉପରେ ଶୁଳ୍କ ବୋମା ଫୁଟାଇଛନ୍ତି।
ଏହା ପୂର୍ବରୁ ଆମେରିକା ଜାପାନ, ଦକ୍ଷିଣ କୋରିଆ, କାନାଡା ଏବଂ ବ୍ରାଜିଲ ସମେତ ଅନେକ ଦେଶ ଉପରେ ନୂତନ ଶୁଳ୍କ ଲାଗୁ କରିସାରିଛି। ଏହା ଅଗଷ୍ଟ ୧ ରୁ କାର୍ଯ୍ୟକାରୀ ହେବ। ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ସମସ୍ତ ଦେଶକୁ ଜୁଲାଇ ୯ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ମେକ୍ସିକୋ ନେତାଙ୍କୁ ଲେଖିଥିବା ଚିଠିରେ ଟ୍ରମ୍ପ ସ୍ୱୀକାର କରିଛନ୍ତି ଯେ ମେକ୍ସିକୋ ଆମେରିକାରେ ଅବୈଧ ପ୍ରବାସୀ ଏବଂ 'ଫେଣ୍ଟାନିଲ୍' ପ୍ରବାହକୁ ରୋକିବାରେ ସାହାଯ୍ୟ କରିଛି। ସେ କହିଛନ୍ତି ଯେ ଉତ୍ତର ଆମେରିକାକୁ ହେଉଥିବା ନାର୍କୋ-ଚାଲାଣ ରୋକିବାରେ ମେକ୍ସିକୋ ପର୍ଯ୍ୟାପ୍ତ ପଦକ୍ଷେପ ନେଇନାହିଁ।
ୟୁରୋପୀୟ ସଂଘ ଆରମ୍ଭରୁ ଆମେରିକା ସହିତ ଏକ ପ୍ରମୁଖ ବାଣିଜ୍ୟ ଚୁକ୍ତି କରିବ ବୋଲି ଆଶା କରିଥିଲା ଯେଉଁଥିରେ ଶିଳ୍ପ ସାମଗ୍ରୀ ଉପରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ। କିନ୍ତୁ ମାସ ମାସର କଷ୍ଟକର ଆଲୋଚନା ପରେ ହତାରେ ନିରାଶ ଲାଗିଛି। ତଥାପି, ୟୁରୋପୀୟ ସଂଘ ଆଶା କରୁଛି ଯେ ଭବିଷ୍ୟତରେ ଆମେରିକା ସହ ସକରାତ୍ମକ ଆଲୋଚନା ହୋଇପାରେ। ଏବେ ୨୭ ଦେଶର ଗୋଷ୍ଠୀ ବିଭିନ୍ନ ଚାପର ସମ୍ମୁଖୀନ ହେଉଛି। ଜର୍ମାନୀ ଭଳି ବଡ଼ ଦେଶ ଭବିଷ୍ୟତରେ ଏହି ଟାରିଫ ଯୋଗୁଁ ଶିଳ୍ପ କ୍ଷେତ୍ରରେ କ୍ଷତିଗ୍ରସ୍ତ ନହୁଏ। କିନ୍ତୁ ଫ୍ରାନ୍ସ ଭଳି କିଛି ଦେଶ କହିଛନ୍ତି ଯେ ଇୟୁକୁ ଆମେରିକାର ସର୍ତ୍ତାବଳୀ ଆଗରେ ମୁଣ୍ଡ ନୁଆଁଇବା ଉଚିତ୍ ନୁହେଁ ଏବଂ ଏକପାଖିଆ ଚୁକ୍ତିକୁ ଏଡାଇବା ଉଚିତ୍।