ନୂଆଦିଲ୍ଲୀ: ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ତାଙ୍କର ଉତ୍ତରାଧିକାରୀ ଭାବେ ଶୁଭମନ ଗିଲଙ୍କୁ ଅଧିନାୟକ କରାଯାଇଛି । କିନ୍ତୁ ରୋହିତ ଦିନିକିଆରୁ ଅବସର ନେଇ ନାହାନ୍ତି । ମାତ୍ର ସୋସିଆଲ ମିଡିଆରେ ଦିନିକିଆରେ ବି ଅଧିନାୟକ ପରିବର୍ତ୍ତନ ଟୋପିକ ବହୁତ ଜୋରରେ ଟ୍ରେଣ୍ଡ କରୁଛି । କୁହାଯାଉଛି ଆଗାମୀ ଦିନିକିଆ ସିରିଜରେ ରୋହିତ ଶର୍ମା ନୁହେଁ ବରଂ ଶୁଭମନ ଗିଲ୍ ଅଧିନାୟକ ହୋଇ ପାରନ୍ତି ।
ସ୍ପୋର୍ଟସ୍ ତକରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଶୁଭମନ ଗିଲ୍ ୨୦୨୭ ଦିନିକିଆ ବିଶ୍ୱକପ୍ରେ ଭାରତୀୟ ଦଳର ଅଧିନାୟକ ହୋଇ ପାରନ୍ତି । କିନ୍ତୁ ରୋହିତ କେତେ ସମୟ ପାଇଁ ତାଙ୍କ ଅଧିନାୟକତ୍ୱ ବଜାୟ ରଖିପାରିବେ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେହିପରି, ଅନ୍ୟ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଭାରତ ଯେତେବେଳେ ପରବର୍ତ୍ତୀ ଦିନିକିଆ ସିରିଜ୍ ଖେଳିବ, ଶୁଭମନ ଗିଲ୍ ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ହେବେ। ବର୍ତ୍ତମାନର କାର୍ୟ୍ୟସୂଚୀ ଉପରେ ନଜର ପକାଇଲେ ଟିମ୍ ଇଣ୍ଡିଆ ଅକ୍ଟୋବର ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ପରବର୍ତ୍ତୀ ଦିନିକିଆ ସିରିଜ୍ ଖେଳିବ।
ଭାରତୀୟ ଦଳର ପରବର୍ତ୍ତୀ ଦିନିକିଆ ସିରିଜ ଅଗଷ୍ଟ ମାସରେ ବାଂଲାଦେଶ ସହିତ ହେବାର ଥିଲା, କିନ୍ତୁ ଏହି ଗସ୍ତ ବାତିଲ ହୋଇଛି। ଏବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଦିନିକିଆ ସିରିଜ୍ ଅକ୍ଟୋବର ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ହେବ। ୨୦୨୫ ବର୍ଷ ଶେଷ ହେବା ପୂର୍ବରୁ, ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ଏବଂ ତା\'ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବାକୁ ପଡିବ।
ସୂଚନାଯୋଗ୍ୟ, ଶୁଭମନ ଗିଲଙ୍କ ଦିନିକିଆ କ୍ୟାରିୟରରେ ଏ ପର୍ଯ୍ୟନ୍ତ ୫୫ ମ୍ୟାଚ୍ରେ ୫୯.୦୪ର ପ୍ରଭାବଶାଳୀ ହାରରେ ୨,୭୭୫ ରନ୍ କରିଛନ୍ତି। ଦିନିକିଆରେ ତାଙ୍କ ନାମରେ ୮ଟି ଶତକ ଏବଂ ୧୫ଟି ଅର୍ଦ୍ଧଶତକ ମଧ୍ୟ ଅଛି।