ରାଉରକେଲା: ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଚୂନ ପଥର ବୋଝେଇ ମାଲବାହୀ ଟ୍ରେନର ଏକାଧିକ ବଗି ଲାଇନଚ୍ୟୁତ ହୋଇଛି । ଏପରି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରଠାରେ ଘଟିଛି । ଚୂନପଥର ବୋଝେଇ ଫେରୁଥିବା ବେଳେ ଏପରି ଅଘଟଣ ଘଟିଛି । ବୀରମିତ୍ରପୁର ବଜାର ନିକଟର ବଗିଗୁଡ଼ିକ ଲାଇନଚ୍ୟୁତ ହୋଇଯାଇଛି। ଏହି ଅଘଟଣରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି । ଏନେଇ ରେଲୱେ ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତନାଘନା ଯାଞ୍ଚ ଜାରି ରଖିଛନ୍ତି । କେଉଁ କାରଣରୁ ବଗି ଲାଇନଚ୍ୟୁତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଯାଞ୍ଚ ପରେ ଲାଇନଚ୍ୟୁତର କାରଣ ସ୍ପଷ୍ଟ ହେବ ।