କେନ୍ଦୁଝର: ଚମ୍ପୁଆ ସ୍ଥିତ ଏକ ଘରୋଇ ସ୍କୁଲ୍ ହଷ୍ଟେଲରେ ଅଭାବନୀୟ ଘଟଣା ଘଟିଛି । ଛାତରୁ ଡେଇଁ ଜଣେ ଛାତ୍ର ନିଜ ଜୀବନ ହାରିଛି । ଛାତ୍ର ଜଣକ ଦଶମ ଶ୍ରେଣୀ କ୍ରୀଷ୍ଣା ପ୍ରଧାନ ବୋଲି ଜଣାପଡିଛି ବୋଲି ସୂଚନା ମିଳିଛି । ଏହି ଖବର ଚମ୍ପୁଆ ପୋଲିସକୁ ଦିଆଯାଇଥିଲା ।
ଖବର ପାଇ, ଚମ୍ପୁଆ ପୋଲିସ ଓ ଚମ୍ପୁଆ ଉପ-ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦିଆଯାଇଥିଲା । ଖବର ପାଇ ମୃତ ଛାତ୍ରର ପରିବାର ଲୋକେ ଚମ୍ପୁଆରେ ପହଞ୍ଚିଥିଲେ । ଛାତ୍ର ଜଣକ ଘର ଝାଡଖଣ୍ଡର ଖରସୁଆରେ ସେ ଏଠାରେ ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପାଠ ପଢୁଥିଲା। କେଉଁ କାରଣରୁ ଛାତ୍ର ଜଣକ ଛାତରୁ ଡେଇଁ ନିଜ ଜୀବନ ହାରିଲା ତାହା ଅସ୍ପଷ୍ଟ ରହିଛି । ପୋଲିସ ମୃତଦେହକୁ ଜବତ କରିବା ସହିତ ଘଟଣାସ୍ଥଳରେ ପହଞ୍ଚି ତନାଘନା ତଦନ୍ତ ଜାରି ରଖିଛି । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।