ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ନୂଆ କୁଆଳୋ ଗାଁରେ ଅଘଟଣ ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ଵଶୁରଙ୍କର ମୃତ୍ୟୁ ହୋଇଥିବା ବେଳେ ବୋହୂ ଗୁରୁତର ହୋଇଛି । ମୃତକ ଜଣକ କୁଆଳୋ ଗାଁର ଜଳଧର ସାହୁ।
ସୂଚନା ଅନୁସାରେ, ବୋହୂ ଲକି ନିଜର ଓଦା ଲୁଗାକୁ ଏକ ତାରରେ ଶୁଖାଇଥିବା ବେଳେ ଶ୍ଵଶୁର ଲୁଗା ଆଣିବାବେଳେ ଅଘଟଣ ଘଟିଥିଲା। ଶ୍ଵଶୁର ଜଳଧର ବିଦ୍ୟୁତ ତାର ସଂସ୍ପର୍ଶରେ ଅସିଯାଇଥିଲେ । ଶ୍ଵଶୁରଙ୍କୁ ବଞ୍ଚାଇବାକୁ ଯାଇ ବୋହୂ ଗୁରୁତର ହୋଇଥିଲା । କିନ୍ତୁ ଶ୍ଵଶୁରଙ୍କର ମୃତ୍ୟୁ ହୋଇଯାଇଥିଲା । ବୋହୂ ଲକି ସାହୁଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜଳଧରଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।