ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ସର୍ବବୃହତ ଟେଲିକମ୍ କମ୍ପାନୀ ଏୟାରଟେଲ୍ ର ଅନଲିମିଟେଜ୍ ଡାଟା ପ୍ଲାନ ଶସ୍ତା ହୋଇଛି । ଏୟାରଟେଲ୍ ଅସୀମିତ ୫ଜି ଡାଟା ପ୍ଲାନ୍ ୩୦ ଟଙ୍କା ତଳକୁ ଖସିଛି । ଏହା ୪୦ କୋଟି ଏୟାରଟେଲ୍ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଖୁସି ଖବର ଆଣିଛି ।
ରିପୋର୍ଟ ଅନୁଯାୟୀ, ପୂର୍ବରୁ ଏୟାରଟେଲ୍ ଅନଲିମିଟେଡ୍ ୫ଜି ଡାଟା ସହିତ ଏଣ୍ଟ୍ରି-ଲେବଲ୍ ପ୍ଲାନର ମୂଲ୍ୟ ୩୭୯ ଟଙ୍କା ଥିଲା। କିନ୍ତୁ ଏବେ କମ୍ପାନୀ ୩୪୯ ଟଙ୍କାର ପ୍ରିପେଡ୍ ପ୍ଲାନ ସହିତ କମ୍ପ୍ଲିମେଣ୍ଟାରୀ ୫ଜି ଡାଟା ପ୍ରଦାନ କରୁଛି । ଯାହା ଫଳରେ ଏଣ୍ଟ୍ରି ଲେବଲ୍ ୫ଜି ଡାଟା ପ୍ଲାନ ଏବେ ୩୦ ଟଙ୍କା ଶସ୍ତା ହୋଇଛି । ଏହି ପ୍ଲାନ୍ ୨୮ ଦିନର ବୈଧତା ସହିତ ଆସୁଛି । ଏଥିରେ ଉପଭୋକ୍ତାମାନେ ଏବେ ଅସୀମିତ ଭଏସ୍ କଲିଂ, ଦୈନିକ ୧୦୦ ଏସ୍ଏମ୍ଏସ୍ (SMS) ଏବଂ ଦୈନିକ ୨ ଜିବି (GB) ଡାଟା (ଅର୍ଥାତ୍ ମୋଟ ୫୬GB) ପାଉଛନ୍ତି । ଏହି ପ୍ଲାନ୍ ପୂର୍ବରୁ ପ୍ରତିଦିନ ୧.୫GB ଡାଟା ଦେଉଥିଲା ।
ସେହିପରି ଏୟାରଟେଲ ୨୧ ଦିନର ବୈଧତା ସହିତ ଏକ ନୂତନ ଡାଟା ପ୍ଲାନ୍ ଆଣିଛି । ଯାହାର ମୂଲ୍ୟ ୧୮୫ ଟଙ୍କା କମ୍ପାନୀ ରଖିଛି । ଏହି ଡାଟା ପ୍ଲାନରେ ଗ୍ରାହକମାନେ ଅସୀମିତ କଲ୍ ସହିତ ମୋଟ ୩୦୦ ଏସ୍ଏମ୍ଏସ୍ (SMS) ଏବଂ ୧ ଜିବି (GB) ଡାଟା ପାଆନ୍ତି । ଏହି ଡାଟା ସରିଯିବା ପରେ, ଆପଣଙ୍କୁ ଇଣ୍ଟରନେଟ୍ ବ୍ୟବହାର ପାଇଁ ପ୍ରତି ଏମବି ପାଇଁ ୫୦ ପଇସା ଖର୍ଚ୍ଚ କରିବାକୁ ପଡ଼ିବ । ଏହି ଯୋଜନା ବିଶେଷକରି ସେହି ଲୋକମାନଙ୍କ ପାଇଁ ଯେଉଁମାନଙ୍କୁ ଡାଟା ଅପେକ୍ଷା ଅଧିକ କଲ୍ ଆବଶ୍ୟକ ହୋଇଥାଏ ।