ମୟୁରଭଞ୍ଜ: ଜଙ୍ଗଲ ସୁରକ୍ଷା ଆଇନ ଅନୁସାରେ ଦଣ୍ଡାଦେଶ ପ୍ରଦାନ କରି ଉଦଳା ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଉଦାହରଣ ସୃଷ୍ଟି କଲେ । ମୟୁରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟର ଏହି ଦଣ୍ଡାଦେଶ ଜଙ୍ଗଲ ସୁରକ୍ଷା ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଜୁଲାଇ ୮ ତାରିଖ ୨୦୨୫ରେ ଉଦଳା ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଅନୁରାଗ ଦେହୁରୀ ଏକ ମାମଲାର ଶୁଣାଣୀ କରି ଅଭିଯୁକ୍ତ କପ୍ତିପଦା ବ୍ଲକ ଅନ୍ତର୍ଗତ ସେନ୍ଧକଚା ଗ୍ରାମର ଅଜୟ ଦଣ୍ଡପାଟ ଓ ଦୟାନିଧି ବେହେରାଙ୍କୁ ୩ ବର୍ଷ କାରାବାସ ଓ ୧୦୦୦ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ଓ ଟଙ୍କା ଅନାଦେୟ ଏକ ମାସ କାରାଦଣ୍ଡ ପାଇଁ ଆଦେଶ ଦେଇଛନ୍ତି।
୨ ଡ଼ିସେମ୍ବର ୨୦୧୬ ମସିହାରେ ଏହି ଦୁଇ ଜଣ ମୋଟର ସାଇକେଲରେ ଦୁଇଟି ପିଆଶାଳ କାଠ ନେବା ବେଳେ ଜଙ୍ଗଲ ବିଭାଗ ହାତରେ ଧରା ପଡ଼ିଥିଲେ ଏହାସହିତ ଓଡିଶା ଟିମ୍ୱର ଓ ଜଙ୍ଗଲ ଜାତ ଦ୍ରବ୍ୟ ପରିବହନ ଆଇନ ୧୯୮୦ ଜରିଆରେ ଦୁଇ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ଉଦଳା ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଆଜି ଚୂଡ଼ାନ୍ତ ରାୟ ପ୍ରଦାନ କଲାବେଳେ ପରିବେଶ ଓ ପରିବେଶ ବିଜ୍ଞାନ କୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତି ବିଶେଷ ଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ ପରିବେଶ ର ସୁରକ୍ଷା ଓ ପରିବେଶ ର ସନ୍ତୁଳନ ରକ୍ଷା କରିବା ପାଇଁ ଉପଯୁକ୍ତ ପଦକ୍ଷେପ ବୋଲି ରାୟ ରେ ଉଲ୍ଲେଖ କରିଥିଲେ । ଏହି ଦଣ୍ଡ ବିଧାନ ଜଙ୍ଗଲରେ ଭରପୁର ମୟୂରଭଞ୍ଜ ଜିଲ୍ଲା ପାଇଁ ବିଶେଷ ଗୁରୁତ୍ବ ବହନ କରୁଛି କାରଣ ଅନେକ ଗଛ କାଟିବା ମାମଲା ବର୍ତ୍ତମାନ ବିଚାରଧୀନ ଅଛି। ଆଗମୀ ଦିନରେ ଗଛ କାଟିବା କିମ୍ବା ପରିବେଶ କୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତି ମାନଙ୍କ ପାଇଁ ଏହା ଏକ ଉଦାହରଣ ସୃଷ୍ଟି କରି ଚେତାବନୀ ଭାବରେ କାର୍ଯ୍ୟ କରିବ ।