ଆମେରିକା: ଆଇଫୋନ୍ ନିର୍ମାତା ଆପଲ୍ ପକ୍ଷରୁ ଭାରତୀୟ ବଂଶୋଭବ ସବିହ ଖାନଙ୍କୁ କମ୍ପାନୀର ନୂଆ ସିଓଓ (ଚିପ୍ ଅଫରେଟିଙ୍ଗ ଅଫିସର) ଭାବେ ନିଯୁକ୍ତ କରାଯାଇଛି । ଗତ ୩ ଦଶନ୍ଧି ଧରି ଏହି ଭୂମିକା ତୁଲାଉଥିବା ଜେଫ୍ ୱିଲିୟମଙ୍କ ସ୍ଥାନରେ ସେ କାମ କରିବେ । ଏବେ ସେ କମ୍ପାନିର ବରିଷ୍ଠ ଉପସଭାପତି (ପରିଚାଳନା) ଭାବେ କାମ କରୁଛନ୍ତି ।
ସବିହ ଖାନ କିଏ?
ସବିହ ଖାନ ୧୯୯୫ ମସିହାରୁ ଆପଲ ସହିତ ଜଡିତ। ୧୯୯୫ରେ ଆପଲର ପ୍ରକ୍ୟୁରମେଣ୍ଟ ଗ୍ରୁପ୍ରେ ଶ୍ରୀଖାନ୍ ଯୋଗ ଦେଇଥିଲେ । ୨୦୧୯ରେ ତାଙ୍କୁ ବରିଷ୍ଠ ଉପସଭାପତି କରାଯାଇଥିଲା । ଗତ ୬ ବର୍ଷ ଧରି ସେ ଆପଲର ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳ ସମ୍ଭାଳିବା ଦାୟିତ୍ୱରେ ଅଛନ୍ତି । ସେ ଗତ ୩୦ ବର୍ଷ ଧରି ଏହି କମ୍ପାନୀ ସହିତ କାମ କରୁଛନ୍ତି। ସେ କମ୍ପାନୀର କାର୍ଯ୍ୟ ଏବଂ ଉତ୍ପାଦନ ବ୍ୟବସ୍ଥାକୁ ଏତେ ଚମତ୍କାର ଭାବରେ ପରିଚାଳନା କରିଛନ୍ତି ଯେ ଆପଲ୍ ସିଇଓ ଟିମ୍ କୁକ୍ ମଧ୍ୟ ତାଙ୍କ କାମର ପ୍ରଶଂସକ। ଏବେ ତାଙ୍କୁ କମ୍ପାନୀର ନୂତନ ଅପରେସନ୍ ମୁଖ୍ୟ ଅର୍ଥାତ୍ ସିଓଓ କରାଯାଇଛି।
ଶିକ୍ଷା
ଅର୍ଥନୀତି ଓ ମେକାନିକାଲ୍ ଇଞ୍ଜିନୟରିଂ ପାଠ ପଢିଥିବା ସାବିବ୍ ଖାନ ଆପଲ୍ରେ ଯୋଗଦେବା ପୂର୍ବରୁ ଜିଇ ପ୍ଲାଷ୍ଟିକରେ କାମ କରୁଥିଲେ । ସବିହ ଖାନ ଆମେରିକାର ଟୁଲେନ ବିଶ୍ୱବିଦ୍ୟାଳୟରୁ ମେକାନିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ଏବଂ ପରେ MBA ହାସଲ କରିଥିଲେ। ସେ ଭାରତରେ ହିଁ ତାଙ୍କର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ଭାରତର ଏକ ସାଧାରଣ ସହରରୁ ଆସି ଆମେରିକାର କର୍ପୋରେଟ୍ ଜଗତରେ ନିଜ ପାଇଁ ଏକ ନାମ ତିଆରି କରିବା ସହଜ ନଥିଲା, କିନ୍ତୁ ସବିହ ଏହାକୁ ସମ୍ଭବ କରି ଦେଖାଇଲେ।
ସବିହ ଖାନ ରୋଜଗାର କେତେ?
ବାରୋନଙ୍କ ରିପୋର୍ଟ ଅନୁଯାୟୀ, ସବିହ ଖାନଙ୍କ ପୂର୍ବରୁ ଆପଲର ସିଓଓ ଥିବା ଜେଫ୍ ୱିଲିୟମ୍ସଙ୍କୁ ମୂଳ ଦରମା $1 ନିୟୁତ (ପ୍ରାୟ 8 କୋଟି ଟଙ୍କା) ମିଳୁଥିଲା। ବୋନସ୍ ଏବଂ ଅନ୍ୟାନ୍ୟ ସୁବିଧା ଯୋଡ଼ିବା ପରେ, ତାଙ୍କର ମୋଟ ରୋଜଗାର ପ୍ରାୟ ୨୩ ନିୟୁତ ଡଲାର (ପ୍ରାୟ ୧୯୧ କୋଟି ଟଙ୍କା)ରେ ପହଞ୍ଚିଲା। ଏହା ବିଶ୍ୱାସ କରାଯାଉଛି ଯେ ସବିହ ଖାନଙ୍କ ଦରମା ମଧ୍ୟ ଏହି ପାଖାପାଖି ହୋଇପାରେ, କିନ୍ତୁ ଆପଲ୍ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ସରକାରୀ ସୂଚନା ଦେଇନାହିଁ।