ବେଆଇନ ବେଟିଂ ଆପ୍ସକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ୨୯ ସେଲିବ୍ରିଟିଙ୍କ ନାଁରେ ରୁଜୁ ହେଲା ମାମଲା । ଏହି ତାଲିକାରେ ଅଭିନେତା ବିଜୟ ଦେବରକୋଣ୍ଡା, ରାଣା ଦଗ୍ଗୁବାତି, ମଞ୍ଚୁ ଲକ୍ଷ୍ମୀ, ପ୍ରକାଶ ରାଜ, ନିଧି ଅଗ୍ରୱାଲ ଭଳି ବଡ଼ ତାରକାଙ୍କ ନାମ ଅନ୍ତର୍ଭୁକ୍ତ। ସେହିପରି ଅନନ୍ୟା ନାଗାଲ୍ଲା, ପ୍ରଣିତା ସୁଭାଷ, ଆଙ୍କର ଶ୍ରୀମୁଖୀ, ଶ୍ୟାମଳା, ୟୁଟ୍ୟୁବର ହର୍ଷ ସାଇ, ବାୟା ସନି ଯାଦବ ଏବଂ ନାନିଙ୍କ ନାମ ମଧ୍ୟ ରହିଛି। ସାଇବରାବାଦ ପୋଲିସ ଦ୍ୱାରା ପଞ୍ଜିକୃତ ଏଫଆଇଆର ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ମିଆପୁରର ଜଣେ ବ୍ୟବସାୟୀ ଫଣିନ୍ଦ୍ର ଶର୍ମାଙ୍କ ଅଭିଯୋଗରୁ ମାମଲା ଏହି ଆରମ୍ଭ ହୋଇଥିଲା। ସେ ଅଭିଯୋଗ କରିଥିଲେ, ଅନେକ ଫିଲ୍ମ ଚେହେରା ଏବଂ ସୋସିଆଲ ମିଡିଆ ଷ୍ଟାର ଏହି ବେଟିଂ ଆପ୍ ପ୍ରତି ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି। ଏପରି ଆପ୍ ଯୋଗୁଁ ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତ ପରିବାର ବହୁତ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ଅଭିଯୋଗ ପରେ ପୁଲିସ ୧୯ ମାର୍ଚ୍ଚ ୨୦୨୫ରେ ୨୫ ଜଣ ସେଲିବ୍ରିଟିଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ପରେ ଇଡି ଏହି ମାମଲାର ତଦନ୍ତରେ ସାମିଲ ହୋଇଛି।
ଇଡି ଏବେ ଏହି ସମସ୍ତ ଷ୍ଟାର ଏବଂ ଇନଫ୍ଲୁଏନ୍ସସର୍ଙ୍କୁ ପଚରାଉଚରା କରୁଛି। ସେମାନେ ପ୍ରମୋସନରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ସେମାନେ କିପରି ପେମେଣ୍ଟ ପାଇଛନ୍ତି ଏବଂ ଟିକସ ବିବରଣୀ କ’ଣ। ତଦନ୍ତରୁ ଜଣାପଡିଛି ଯେ ଏହି ଆପ୍ସ ମାଧ୍ୟମରେ ହଜାର ହଜାର କୋଟି ଟଙ୍କାର କାରବାର ହୋଇଛି। ଏହି ଆପ୍ ଯୁବକମାନଙ୍କୁ ଶୀଘ୍ର ଟଙ୍କା ରୋଜଗାର କରିବାକୁ ପ୍ରଲୋଭିତ କରେ, କିନ୍ତୁ ପରେ ଲୋକମାନେ ଆର୍ଥିକ ଏବଂ ମାନସିକ ଭାବରେ ଭାଙ୍ଗି ପଡ଼ନ୍ତି।