୬୮ ବର୍ଷ ବୟସରେ ପାଦ ରଖିଲେ ଲୋକପ୍ରିୟ ବଲିଉଡ ହାସ୍ୟ ଅଭିନେତା ଜନି ଲିଭର। ତେବେ ଜନି ଲିଭର ତାଙ୍କ ଜନ୍ମଦିନ ପରିବାର ସହିତ କେକ କାଟି ବେଶ ଧୂମଧାମରେ ପାଳନ କରିଛନ୍ତି। ତେବେ ତାଙ୍କ ଜନ୍ମଦିନ ଉପଲକ୍ଷେ ବଲିଉଡ ଷ୍ଟାରଙ୍କ ସମେତ ଅନେକ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ଏପରିକି ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଲମ୍ବା ଆୟୁଷ ପାଇଁ ପୂଜା କରୁଥିବାର ଦେଖିବାକୁ ମିଳିଥିଲା। ଏହାସହିତ ଫ୍ୟାନ୍ସମାନେ କହିଛନ୍ତି ଆମେ ମଧ୍ୟ ଜନିଙ୍କର ଲମ୍ବା ଆୟୁଷ ପାଇଁ କାମନା କରୁଚୁ। ଏପରିକି ସେ ସବୁବେଳେ ଖୁସି ରୁହନ୍ତୁ ଏବଂ ଆମକୁ ଆହୁରି ଅନେକ ସୁପରହିଟ କରିଚାଳନ୍ତୁ।
୧୪ ଅଗଷ୍ଟ ୧୯୫୭ରେ ଆନ୍ଧ୍ରପ୍ରଦେଶର ପ୍ରକାଶମରେ ଏକ ତେଲୁଗୁ ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଜନି ଲିଭର। ତେବେ ପରିବାରରେ ଆର୍ଥିକ ସମସ୍ୟା ଯୋଗୁଁ ଜନି ଅଧିକ ପାଠପଢ଼ି ପାରି ନଥିଲେ। ସ୍କୁଲ ଛାଡିବାକୁ ସମୟରେ ସେ କିଛି ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ର ତାରକାଙ୍କ ଅନୁକରଣ କରି ମୁମ୍ବାଇର ରାସ୍ତାରେ କଲମ ବିକ୍ରି କରିବା ଏବଂ ହିନ୍ଦୀ ଚଳଚ୍ଚିତ୍ର ତାରକାଙ୍କ ଗୀତରେ ନାଚିବା ଭଳି କାମ କରିବା ଆରମ୍ଭ କରିଥିଲେ। ସେ ତାଙ୍କର ପ୍ରାରମ୍ଭିକ ବର୍ଷଗୁଡ଼ିକ ହାଇଦ୍ରାବାଦର ଏକ ପୁରୁଣା ସହର ୟାକୁଟପୁରାରେ ମଧ୍ୟ ବିତାଇଥିଲେ। ଯେଉଁଠାରେ ସେ ହାସ୍ୟରସ ଅଭିନୟର ଅନନ୍ୟ ଶୈଳୀ ଶିଖିଥିଲେ।
ସେ ସଂଗୀତିକ ଅର୍କେଷ୍ଟ୍ରା, ତବସୁମ ହିଟ୍ ପରେଡରେ ଷ୍ଟାଣ୍ଡ-ଅପ୍ କମେଡି ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ ଏବଂ ଏହା ତାଙ୍କୁ ଅନେକ ଲୋକପ୍ରିୟତା ଆଣିଦେଇଥିଲା। ଏହାପରେ ଚଳଚିତ୍ର ଜଗତରେ ଜନି 'ତୁମ୍ ପାର୍ ହମ୍ କୁର୍ବାନ୍'ରେ ଡେବ୍ୟୁ କରିଥିଲେ। ସେହି ଚଳଚିତ୍ରରେ ଜନିଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ଏହାପରେ ସେ ଦର୍ଶକଙ୍କୁ ଅନେକ ସୁପରହିଟ ଚଳଚିତ୍ର ଦର୍ଶକଙ୍କୁ ଭେଟି ଦେଇଥିଲେ। ତେବେ ଜନି ତେଜାବ, ଖତରାନକ ଏବଂ କିଶନ କହେଁୟା ଭଳି ୩୫୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏପରିକି ତାଙ୍କ ଅଭିନୟ ପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ।