ନୂଆଦିଲ୍ଲୀ: ଚଳିତ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବିଶ୍ୱ ସୁନ୍ଦୀର ଐଶ୍ୱର୍ଯ୍ୟା ରାୟ ଏବଂ ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କୁ ପଛରେ ପକାଇଛନ୍ତି ୯୦ ଦଶକର ଅଭିନେତା ଦୀପକ ତିଜୋରୀ । ଫ୍ରାନ୍ସରେ ଚାଲିଥିବା ଫ୍ରେଞ୍ଚ ରିବେରା ଫିଲ୍ମ ଫେଷ୍ଟିଭାଲରେ ଦୀପକ ତିଜୋରୀ ଶ୍ରେଷ୍ଠ ଅଭିନେତା ପୁରସ୍କାର ହାସଲ କରିଛନ୍ତି । ନିର୍ଦ୍ଦେଶକ ଜୋ ରାଜନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଇଂରାଜୀ ଫିଲ୍ମ “ଇକୋଜ୍ ଅଫ୍ ଅସ୍” (Echoes Of Us) ରେ ଦମଦାର ଅଭିନୟ ପାଇଁ ଏହି ପୁରସ୍କାର ଜିତିଛନ୍ତି ।
ହିନ୍ଦୀ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଦୀପକ ତିଜୋରୀ ଇଂରାଜୀ ସିନେମାରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଯେଉଁଥିରେ ତାଙ୍କୁ ବାରମ୍ବାର ସଫଳତା ମଧ୍ୟ ମିଳିଛି । ଅନ୍ତର୍ଜାତୀୟ ସ୍ତରରେ ଛୋଟ ଛୋଟ ଇଂରାଜୀ ଚଳଚ୍ଚିତ୍ର କରି ଦୀପକ ଅନେକ ପୁରସ୍କାର ପାଇଛନ୍ତି । ଆଉ ଏହା ତାଙ୍କର 21ତମ ଶ୍ରେଷ୍ଠ ଅଭିନେତା ପୁରସ୍କାର ଅଟେ ବୋଲି କୁହାଯାଉଛି । ଦୀପକଙ୍କୁ ଆଉ ବଲିଉଡ଼ରେ ଦେଖିବାକୁ ମିଳୁ ନାହିଁ । ସେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଅଧିକ ସମୟ ବିତାଉଛନ୍ତି ।
“ଇକୋଜ୍ ଅଫ୍ ଅସ୍” କେବଳ ଦୀପକଙ୍କ ଅଭିନୟ ପାଇଁ ନୁହେଁ ବରଂ ଆକର୍ଷଣୀୟ କାହାଣୀ ପାଇଁ ଚର୍ଚ୍ଚାରେ ରହିଛି । ଅନେକ ବଡ଼ ବଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସଫଳତା ସାଉଁଟିଛି ।