ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଗାୟବ ଘଟଣାରେ ନୋଟିସ୍ ଜାରି ହୋଇଥିବା ରାଜେଶ ବର୍ମାଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ନୋଟିସ୍ ହେବା ସତ୍ୱେ ରାଜେଶ ବର୍ମା ଥାନାରେ ହାଜର ହୋଇ ନାହାଁନ୍ତି । ତାଙ୍କୁ ପୁଣି ଥରେ କ୍ୟାପିଟାଲ ଥାନା ପକ୍ଷରୁ ନୋଟିସ୍ କରାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି ।
ସିଏମଓକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ତଦନ୍ତ ଫାଇଲ୍ ଏବଂ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ଆରଡିସି ତଦନ୍ତ ଫାଇଲ୍ ଗାୟବ ହେବା ମାମଲାରେ କ୍ୟାପିଟାଲ ଥାନା ପୋଲିସ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ରାଜେଶ ବର୍ମାଙ୍କୁ ନୋଟିସ୍ ଜାରି କରିଥିଲା । ଗତ ୧୮ ତାରିଖରେ ମନୋଜ ମିଶ୍ର ଥାନାରେ ହାଜର ହୋଇଥିଲେ । ଆଜି ସକାଳ ୧୧ଟା ସୁଦ୍ଧା ଥାନାରେ ହାଜର ହେବାକୁ ରାଜେଶ ବର୍ମାଙ୍କୁ ନୋଟିସ୍ ହୋଇଥିଲା ।