ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଭତରା ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଅଟୋ ଏବଂ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାପା ଓ ଝିଅଙ୍କର ଦୁଃଖଦ ମୃତ୍ୟୁ ହୋଇଛି । ମୃତକ ହେଲେ ସୁରେନ୍ଦ୍ର ବେହେରା (୩୫) ଓ ତାଙ୍କର ନାବାଳିକା ଝିଅ ଶୁଭଶ୍ରୀ ବେହେରା (୫) ।
ଗତକାଲି ରାତିରେ ଭତରା ନିକଟରେ ଏକ କାର୍ ଓ ଅଟୋ ଧକ୍କା ହୋଇଥିଲା । କାରଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼କୁ ଖସି ପଡ଼ିଥିଲା । ସେହିପରି ଇଭି ଅଟୋଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲେ । ଅଟେ ଥିବା ସୁରେନ୍ଦ୍ର ଏବଂ ତାଙ୍କ ଝିଅ ଶୁଭଶ୍ରୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଉଭୟଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି ।
ଧନୁପାଲି ପୋଲିସ ଘଟଣା ସ୍ଥଳରେ ପହଁଚି ଦୁଇଟି ଗାଡ଼ିକୁ ଜବତ କରିଥିଲା । ଉଭୟ ଗାଡ଼ିକୁ ଦେଖିଲେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଦୁର୍ଘଟଣା ସ୍ଥଳରୁ କାର୍ ଚାଳକ ଗାଡ଼ି ଛାଡ଼ି ଚମ୍ପଟ୍ ମାରିଛନ୍ତି । ପୋଲିସ ତାଙ୍କୁ ଧରିବାକୁ ଖୋଳତାଡ଼ କରୁଛି ।