ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ବଡ଼ ମହାସ୍ନାନ ନୀତି ଚାଲିଛି। ମନ୍ଦିରର ଭିତର କାଠ ନିକଟରେ ରକ୍ତ ପଡ଼ିଥିବା ଦେଖାଯିବା ପରେ ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ପକ୍ଷରୁ ଶାସ୍ତ୍ରୋକ୍ତ ବିଧି ଅନୁଯାୟୀ ବଡ଼ ମହାସ୍ନାନ ନୀତି କରାଯାଉଛି।
ସୂଚନା ଅନୁସାରେ, ମନ୍ଦିର ପରିସରରେ ରକ୍ତ ଚିହ୍ନ ଦେଖାଯିବା ପରେ ଏହାକୁ ଅଶୁଚି ବୋଲି ଗଣ୍ୟ କରାଯାଇଥିଲା। ଏହାପରେ ଶ୍ରୀମନ୍ଦିରରେ ଚଳିଥିବା ନୀତିକାନ୍ତିକୁ ସାମୟିକ ଭାବେ ବନ୍ଦ କରି ବଡ଼ ମହାସ୍ନାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା।
ମହାସ୍ନାନ ନୀତି ଚାଲିଥିବା ବେଳେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିଛି। ଫଳରେ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ କିଛି ସମୟ ଅପେକ୍ଷା କରିବାକୁ ପଡ଼ିସିଛି। ତେବେ ମହାସ୍ନାନ ନୀତି ଶେଷ ହେବା ପରେ ପୁନର୍ବାର ଶ୍ରୀଜିଉଙ୍କ ନୀତିକାନ୍ତି ସ୍ୱାଭାବିକ ଭାବେ ଆରମ୍ଭ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।