ନୂଆଦିଲ୍ଲୀ: ଭାରତ ସହିତ ସୀମା ବିବାଦ ଉପରେ ଏଣୁତେଣୁ ବୟାନ ଦେବା ପରେ ଏବେ ନେପାଳ ଠିକ୍ ବାଟକୁ ଆସିଛି । ଗତ ମାସରେ ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ବିବାଦୀୟ ବୟାନ ଏବେ ଏବେ ତାଙ୍କ ସ୍ୱର ବଦଳିଛି । ଏହି ମାମଲାରେ ନେପାଳ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ନେପାଳ ସରକାର କହିଛନ୍ତି ଯେ, ଭାରତ ସହିତ ଥିବା ସୀମା ସମସ୍ୟାର ସମାଧାନ କେବଳ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ହିଁ କରାଯିବ ଏବଂ ଏଥିରେ କୌଣସି ତୃତୀୟ ପକ୍ଷ କିମ୍ବା ଆନ୍ତର୍ଜାତୀୟ ସଂଗଠନର ହସ୍ତକ୍ଷେପକୁ ଗ୍ରହଣ କରାଯିବ ନାହିଁ।
କଣ କହିଥିଲେ ମେୟର ବାଲେନ ଶାହ ?
କାଠମାଣ୍ଡୁ ମହାନଗର ନିଗମର ମେୟର ବାଲେନ ଶାହ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଭାରତ ଏବଂ ନେପାଳ ମଧ୍ୟରେ ଚାଲିଥିବା ଲିମ୍ପିୟାଧୁରା, କାଲାପାନୀ ଏବଂ ଲିପୁଲେଖ ସୀମା ବିବାଦ ପ୍ରସଙ୍ଗକୁ ମିଳିତ ଜାତିସଂଘ କିମ୍ବା ଆନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଓକିଲାତି କରିଥିଲେ। ତାଙ୍କର ଏହି ବୟାନ ପରେ ଉଭୟ ଦେଶର କୂଟନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା।
ନେପାଳ ସରକାର ଦେଲେ କଡ଼ା ଜବାବ
ବାଲେନ ଶାହଙ୍କ ଏହି ଆନ୍ତର୍ଜାତୀୟକରଣ ଦାବିକୁ ନେପାଳ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ନେପାଳର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଭାରତ ଏବଂ ନେପାଳ ମଧ୍ୟରେ ଶତାବ୍ଦୀ ଶତାବ୍ଦୀର ପୁରୁଣା ଏବଂ ମଧୁର ସମ୍ପର୍କ ରହିଛି। ଦୁଇ ଦେଶ ମଧ୍ୟରେ ଥିବା ଯେକୌଣସି ସୀମା ସମ୍ବନ୍ଧୀୟ ମତଭେଦକୁ କେବଳ ପରସ୍ପର ମଧ୍ୟରେ ସମ୍ବାଦ, ପ୍ରମାଣ ଏବଂ କୂଟନୈତିକ ସ୍ତରୀୟ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ। ଏଥିପାଇଁ କୌଣସି ବାହ୍ୟ ଶକ୍ତିର ସାହାଯ୍ୟ ନେବାର ଆବଶ୍ୟକତା ନାହିଁ।
ସୂଚନାଯୋଗ୍ୟ, ଭାରତ ମଧ୍ୟ ସବୁବେଳେ ପଡ଼ୋଶୀ ଦେଶମାନଙ୍କ ସହ ସୀମା ବିବାଦ ମାମଲାରେ ଦ୍ୱିପାକ୍ଷିକ ଆଲୋଚନାକୁ ହିଁ ଗୁରୁତ୍ୱ ଦେଇଆସିଛି। ନେପାଳ ସରକାରଙ୍କ ଏହି ସାମ୍ପ୍ରତିକ ବୟାନ ପରେ ଏହା ସ୍ପଷ୍ଟ ହୋଇଛି ଯେ, ସ୍ଥାନୀୟ ନେତାମାନେ ନିଜର ରାଜନୈତିକ ଫାଇଦା ପାଇଁ ଯେତେ ବୟାନବାଜି କଲେ ମଧ୍ୟ ସରକାରୀ ସ୍ତରରେ ନେପାଳ, ଭାରତ ସହ ସମ୍ପର୍କ ଖରାପ କରିବାକୁ ଚାହୁଁନାହିଁ।