ଆଠଗଡ ; ଆଠଗଡ ବନଖଣ୍ଡ ନରସିଂହପୁର ଅଂଚଳରେ ହାତୀଙ୍କ ଉତ୍ପାତ ବଢିବାରେ ଲାଗିଛି । ନରସିଂହପୁର ପୂର୍ବ ବନବିଭାଗ ଅଧୀନରେ ଥିବା ପାଂଚଗୋଛିଆ ରଙ୍ଗବାଡ ଜଙ୍ଗଲ ନିକଟବର୍ତ୍ତୀ ଅଂଚଳରେ ନବଜାତ ହାତୀ ଛୁଆ ସହିତ ଏକ ଦନ୍ତା ହାତୀ ଓ ମାଈ ହାତୀ ବୁଲୁଛନ୍ତି । ଯାହାକୁ ନେଇ ଭତଭୀତ ଅବସ୍ଥାରେ ଅଂଚଳବାସୀ ।
ସୂଚନା ଅନୁସାରେ ଗତ ଜାନୁଆରୀ ୨୫ ତାରିଖରେ ଦନ୍ତାହାତୀଟି ରଙ୍ଗବାଡ ନିକଟରେ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିଲା । ପରେ ମାଈ ହାତୀଟି ତାର ଦୁଇ ମାସପ ଛୁଆକୁ ଧରି ଏଣେତେଣେ ପ୍ରଚଳିତ କରୁଥିବା ବେଳେ ଖାଦ୍ୟ ନଖାଇ ଦିନକୁ ଦିନ ମା ଓ ଛୁଆ ହାତୀ ଦିନକୁ ଦିନ ଅସୁସ୍ଥ ହୋଇପଡିଥିଲେ ।
ତେବେ ଏନେଇ ଖବର ପାଇବା ପରେ କପିଳାସରୁ ୪ ଜଣିଆ ବିଶେଷଜ୍ଞ ଦଳ ଆସି ଚିକିତ୍ସା ପରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାପଡିଛି । ସେପଟେ ହାତୀର ଗତିବିଧି ଉପରେ ନଜର ରଖିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।