ମାଲକାନଗିରି: ଛତିଶଗଡ଼ର ସୀମାନ୍ତ ଦାନ୍ତେୱାଡାରେ ପୁଣି ଏକ ଏନକାଉଣ୍ଟର ।ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଚାଲିଛି ଗୁଳିବିନିମୟ । ଯବାନଙ୍କ ଗୁଳିରେ ୫ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ସୂଚନାନୁସାରେ, ଆଜି ସକାଳ (ମଙ୍ଗଳବାର) ପ୍ରାୟ ୮ଟାବେଳେ ମାଓବାଦୀ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ଦୃଢ ପାଲଟା ଜବାବ ଦେଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଦାନ୍ତେୱାଡା-ବିଜାପୁର ସୀମାରେ ହୋଇଥିବା ଏନକାଉଣ୍ଟରରେ ଲାଲଦୁର୍ଗ ପ୍ରତି ବଡ଼ ଧରଣର ଧକ୍କା ସୃଷ୍ଟି ହୋଇଛି । ୫ ନକ୍ସଲଙ୍କ ମୃତଦେହ ଜବତ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତର ଜବତ ହୋଇଛି । ଗତ ମାର୍ଚ୍ଚ ୨୦ରେ ବିଜାପୁରରେ ହୋଇଥିବା ବଡ଼ ଧରଣର ଏନକାଉଣ୍ଟରରେ ୩୦ ନକ୍ସଲ ନିହତ ହୋଇଥିଲେ । ଘଟଣାରେ ଜଣେ ଡିଷ୍ଟ୍ରିକ୍ଟ ରିଜର୍ଭ ଯବାନ ସହିଦ ହୋଇଥିଲେ ।