ବରଗଡ: ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଲେ ପିଇଓ ଓ ତାଙ୍କ ସ୍ୱାମୀ । ବରଗଡ ଜିଲ୍ଲା ପଦ୍ମପୁର ଜ୍ଞାନ ପଞ୍ଚାୟତ ପିଇଓ ନୁପୁର ସେଠ୍ କୁ ଅଟକ ରଖିଲା ଭିଜିଲାନ୍ସ । ପିଇଓ ନୁପୁରଙ୍କ ସ୍ୱାମୀ ବେଦ ପ୍ରକାଶ ବିଶ୍ୱାଳ ମଧ୍ୟ ଅଟକ ରହିଛନ୍ତି । ପିଏମଏୱାଇ ସ୍କିମ ହିତାଧିକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ।
ସୂଚନା ଅନୁଯାୟୀ ଅଭିଯୁକ୍ତ ଶ୍ରୀମତୀ ସେଠ, ପିଇଓ କାମ ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରି ଚାଲିଥିଲେ। ଅଭିଯୋଗକାରୀ ଜଣେ ଗରିବ ବ୍ୟକ୍ତି ହୋଇଥିବାରୁ ଦାବି କରାଯାଇଥିବା ୧୦,୦୦୦ ଟଙ୍କା ଦେଇପାରି ନଥିଲେ। ତେବେ ଆଲୋଚନା ପରେ ଅଭିଯୁକ୍ତ ଲାଞ୍ଚୁଆ ପିଇଓ ଶ୍ରୀମତୀ ସେଠ ଲାଞ୍ଚ ପରିମାଣକୁ ୫,୦୦୦ ଟଙ୍କାକୁ ହ୍ରାସ କରିଥିଲେ। ତେଣୁ କୌଣସି ବିକଳ୍ପ ନ ଥାଇ ଅଭିଯୋଗକାରୀ ତାଙ୍କ ବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିଥିଲେ।
ଏହା ପରେ ଆଜି ଓଡ଼ିଶା ଭିଜିଲାନ୍ସର ଏକ ଦଳ ଅଭିଯୁକ୍ତ ଶ୍ରୀମତୀ ସେଠଙ୍କୁ ତାଙ୍କ ସ୍ୱାମୀ ବେଦ ପ୍ରକାଶ ବିଶ୍ୱାଲଙ୍କ ମାଧ୍ୟମରେ ଅଭିଯୋଗକାରୀଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଧରିଥଲା । ସେମାନଙ୍କ କବଜାରୁ ସମସ୍ତ ଲାଞ୍ଚ ଟଙ୍କା ୫୦୦୦ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଏଥିସହ ଶ୍ରୀମତୀ ସେଠଙ୍କ ପିଇଓଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି ।