ଜଟଣୀ: ବହୁ ଚର୍ଚ୍ଚିତ ଜଟଣୀ ହତ୍ୟାକାଣ୍ଡ ଘଟଣାରେ ଆସିଲା ରାୟ । ଜଟଣୀରେ ୨୦୧୭ ମାର୍ଚ୍ଚ ୨ରେ ଘଟିଥିଲା ଏହି ହତ୍ୟାକାଣ୍ଡ। ବୁଧବାର ଏହି ମାମଲାର ରାୟ ଆସିଛି। ହତ୍ୟାକାଣ୍ଡ ଘଟଣାରେ ୪ ହତ୍ୟାକରୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ବର ଏଡିଜେ କୋର୍ଟ-୨ । ତଥ୍ୟ ପ୍ରମାଣ ସହ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଭୁବନେଶ୍ବର ଏଡିଜେ କୋର୍ଟ ୨ ଏହି ରାୟ ଶୁଣାଇଛନ୍ତି ।
୨୦୧୭ ମାର୍ଚ୍ଚ ୨ ତାରିଖ ରାତିରେ ଖୋର୍ଦ୍ଧା ଷଣ୍ଢପୁର ଅଞ୍ଚଳରେ ଅନୁପ ବେହେରାଙ୍କୁ ହତ୍ୟା କରାଯାଇଥିଲା । ଦୋକାନରେ ଶୋଇବା ପାଇଁ ଯାଉଥିବା ବେଳେ ହାଲୁ ବେହେରା, କାହ୍ନା ଓରଫ ମୃଣାଲ ବେହେରା, ଗୋପିଆ ଓରଫ ଗୋପିନାଥ ବେହେରା ଏବଂ ନାଲୁ ବେହେରା ସଂଘବଦ୍ଧ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ । ଭଉଣୀକୁ କମେଣ୍ଟ ମାରିବାରୁ ବଡ଼ ଭାଇ ଅନୁପ ବିରୋଧ କରିଥିଲେ । ଏହାକୁ କେନ୍ଦ୍ର କରି ୪ ଜଣ ହତ୍ୟାକାରୀ ଅନୁପଙ୍କୁ ଲୁହାରଡ ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଅନୂପଙ୍କୁ ପରିବାର ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷାଣ କରିଥିଲେ। ଏନେଇ ଅନୁପଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଆଜି (ମଙ୍ଗଳବାର) ଏହି ମାମଲାର ରାୟ ପ୍ରକାଶ ପାଇଛି। ୧୬ ଜଣ ସାକ୍ଷୀଙ୍କ ବୟାନ୍ ଆଧାରରେ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।