ବଲାଙ୍ଗୀ ; ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡୁମେରଝରନ ଗାଁ ନିକଟ ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ ବ୍ୟକ୍ତିର ଶରୀରରେ ଅନେକ କ୍ଷତ ବିକ୍ଷତ ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନଥିବା ଜଣାପଡିଛି ।
ସୂଚନା ଅନୁସାରେ ଯୁବକ ଜଣଙ୍କ ଗତକାଲି ଠାରୁ ଘରୁ କେଉଁଆଡେ ଯାଇ ଆଉ ଫେରିନଥିଲେ । ପରିବାର ଲୋକେ ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ପାଇନଥିଲେ । ଆଉ ଆଜି ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଏନେଇ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ପୁଲିସର ପ୍ରାଥମିକ ତଦନ୍ତରୁ ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।