ଢେଙ୍କାନାଳ ଜିଲ୍ଲା କାରାଗାର ର ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଥିବା ବେଳେ ଫେରାର ହୋଇଛନ୍ତି କଏଦୀ। ଫେରାର କଏଦୀ ଜଣକ ହେଲେ ୩୭ ବର୍ଷୀୟ ଦୁଷ୍ମନ୍ତ ସାହୁ।
ସୂଚନା ଅନୁଯାୟୀ ଆଜି ମୋଟ ୪ଜଣ କଏଦୀଙ୍କୁ ଜେଲ ଡାକ୍ତରଙ୍କ ପରାମର୍ଶ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ମେଡିସିନ ବିଭାଗକୁ ଅଣାଯାଇଥିଲା।ତେବେ ଟିକେଟ କରିବା ସମୟରେ ଛୁ ମାରିଥିଲେ ବିଚାରଧିନ କଏଦୀ ଦୁଷ୍ମନ୍ତ ସାହୁ । ଏନେଇ ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।
ଗତ ୨୦୨୪ ଏପ୍ରିଲ ୧୩ ତାରିଖରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଦୁଷ୍ମନ୍ତ ଧରା ପଡ଼ି ସଜ୍ଜା କାଟୁଥିଲେ।