କଟକ: ଆସନ୍ତା ୨୮ରୁ ଆରମ୍ଭ ହେବ କଟକର ପ୍ରସିଦ୍ଧ ଦୁର୍ଗା ପୂଜା । ଆସନ୍ତା ମାସ ଅର୍ଥାତ ସେପ୍ଟେମ୍ବର ୨୮ରୁ କଟକରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ହେବ । ଅକ୍ଟୋବର ୩ରେ ଅନୁଷ୍ଠିତ ହେବ ମାଙ୍କ ଭସାଣୀ ଉତ୍ସବ । ଏନେଇ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି ।
ସୂଚନା ଅନୁସାରେ, ଦୁର୍ଗାପୂଜା ନେଇ ରବିବାର ଦିନ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟିର ବୈଠକ ବସିଥିଲା । ଏହି ବୈଠକରେ ଭିନ୍ନ ଦୁର୍ଗା ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିବା ବେଳେ ରାସ୍ତା ଘାଟ ମରାମତି, ବିଦ୍ୟୁତ ସେବା, ପାନୀୟ ଜଳ ଯୋଗାଣକୁ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି । ବୈଠକରେ ସର୍ବସମ୍ମତି କ୍ରମେ ସେପ୍ଟେମ୍ବର ୨୮ ତାରିଖରେ କଟକର ପ୍ରସିଦ୍ଧ ଦୁର୍ଗା ପୂଜା ଏବଂ ଅକ୍ଟୋବର ୩ରେ ମାଆଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ କରାଯିବ ।
ସେହିପରି ଦୁର୍ଗା ପୂଜା ଯାତ୍ରା ସମୟରେ ଟ୍ରାଫିକ ବ୍ୟବସ୍ଥା କିପରି ସୁଦୃଢ କରାଯିବ ଏବଂ ଯାତ୍ରା ସମୟରେ ଲୋକଙ୍କ ଜୀବନଯାପନ କିପରି ସହଜ ହେବ ଏନେଇ ଶାନ୍ତି କମିଟି ବିଭିନ୍ନ ରାଜନୈତିକ ଦଳ, ପୋଲିସ ପ୍ରଶାସନ, ମେୟରଙ୍କ ସହିତ ଆଲୋଚନା କରିଛନ୍ତି ।