ଭୁବନେଶ୍ୱର : ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ଅପରାହ୍ନ ୫ଟା ୧୫ରେ ଡିହାଇଡ୍ରେସନ୍ ଯୋଗୁଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏନେଇ ସମ୍ପୃକ୍ତ ଘରୋଇ ହସ୍ପିଟାଲ୍ ପକ୍ଷରୁ ସୂଚନା ରହିଛି। ତାଙ୍କ ସ୍ବାସ୍ଥ୍ଯବସ୍ଥା ସ୍ଥିର ଅଛି ସେ ବର୍ତ୍ତମାନ ଚିକିତ୍ସା ପରେ ଭଲ ଅଛନ୍ତି।
ସୂଚନା ଥାଉକି କିଛି ଦିନ ତଳେ ମୁମ୍ବାଇରୁ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅସ୍ତ୍ରୋପଚାର ପରେ ସେ ଭୁବନେଶ୍ୱର ଫେରିଥିଲେ । ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପାଇଁ ନବୀନ ନିବାସକୁ ଡାକ୍ତରୀ ଦଳ ଯାଉଥିଲେ । ଗତରାତିରେ ମଧ୍ୟ ଡାକ୍ତରମାନଙ୍କର ଏକ ଟିମ୍ ନବୀନ ନିବାସ ଯାଇଥିଲା । ଆଜି ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଛି । ଏ ସଂପର୍କରେ ଘରୋଇ ହସ୍ପିଟାଲ ପକ୍ଷରୁ ସୂଚନା ରହିଛି ।