ନୂଆଦିଲ୍ଲୀ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନଡିଏ (NDA) । ସି.ପି ରାଧାକ୍ରିଷ୍ଣନଙ୍କୁ ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ନଡ୍ଡା କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ସଂସଦୀୟ ବୋର୍ଡ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।
ସି.ପି ରାଧାକ୍ରିଷ୍ଣନ ବର୍ତ୍ତମାନ ମହାରାଷ୍ଟ୍ର ରାଜ୍ୟପାଳ ଅଛନ୍ତି। ସେ ତାମିଲନାଡୁର ପୂର୍ବତନ ବିଜେପି ସଭାପତି ଭାବେ କାର୍ଯ୍ୟ କରିଥିଲେ। କୋଏମ୍ବାଟୁର ସଂସଦୀୟ କ୍ଷେତ୍ରରୁ ୨ ଥର ନିର୍ବାଚିତ ହୋଇଥିଲେ। ୧୬ ବର୍ଷ ବୟସରୁ RSS ଓ ଜନସଂଘ ସହ ଜଡ଼ିତ ଅଛନ୍ତି।