ଭୁୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦସ୍ୟ ରାମ ମାଧବ ଦିନିକିଆ ଗସ୍ତରେ ଓଡିଶାରେ ପହଞ୍ଚିଛନ୍ତି । ସେ ଭୁବନେଶ୍ୱର ପ୍ରେସକ୍ଲବରେ ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦି ୱାର୍ଲ୍ଡ ଟ୍ବେଣ୍ଟି ଫାର୍ଷ୍ଟ ସେଞ୍ଚୁରି ଗ୍ଲୋବାଲ୍ ଅର୍ଡର ଆଣ୍ଡ ଇଣ୍ଡିଆନ୍’ପୁସ୍ତକ ଉପରେ ଏକ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଏହା ସହିତ ସେ ରାଷ୍ଟ୍ରୀୟ ବିଚାରଧାରାର ସାପ୍ତାହିକ ପତ୍ରିକା ରାଷ୍ଟ୍ରଦୀପର ବାର୍ଷିକ ଉତ୍ସବରେ ସାମିଲ ହେବେ ।
ତାଙ୍କ ପୂର୍ବରୁ ଆରଏସଏସ ପ୍ରମୁଖ ମୋହନ ଭାଗବତ ନିକଟରେ ଓଡିଶା ଗସ୍ତରେ ଆସିଥିଲେ । ସେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ପୁରୀ ସହିତ ଭୁବନେଶ୍ୱରରେ କିଛି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟରେ ବିଜେପି ସରକାର ଗଠନ ପରେ ଓଡିଶାରେ ଆରଏସଏସ ପଦାଧିକାରୀଙ୍କ ଗତିବିଧି ବଢିଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ଭାଗବତ ଚଳିତ ବର୍ଷ ମେ ମାସରେ ୪ ଦିନିଆ ଗସ୍ତରେ ଓଡିଶା ଆସିଥିଲେ ।