କଟକ: ବିବାହକୁ ବର୍ଷେ ନ ପୂରୁଣୁ ଉଜୁଡି ଗଲା ସୁନାର ସଂସାର । ଆରପାରିକୁ ଚାଲିଗଲେ ନବବିବାହିତା । କେତେ ଖୁସିରେ ବିବାହ ହୋଇଥିଲା କିନ୍ତୁ ମାତ୍ର କିଛି ମାସ ଭିତରେ ହିଁ ଭାଙ୍ଗିଗଲା ସୁନାର ସଂସାର । ନବବିବାହିତା ମହିଳାଙ୍କୁ ହତ୍ୟାର ଅଭିଯୋଗ ଆସିଛି । ଏପରି ସଙ୍ଗୀନ ଅଭିଯୋଗ ପରେ ଗୁରୁଡ଼ିଝାଟିଆ ପୋଲିସ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ, ରଶ୍ମିତା ଗତ ଜୁନ୍ ୬ ତାରିଖରେ ନୟାଗଡ଼ ଜିଲ୍ଲା ହନୁମନ୍ତ ପ୍ରସାଦ ଗାଁର ବିଶ୍ୱନାଥ ବେହେରାଙ୍କୁ ବିବାହ କରିଥିଲେ। ବିବାହ ପରେ ରଶ୍ମିତା ତାଙ୍କ ମା’ଙ୍କ ସହିତ ଖାଲି ସ୍ୱାମୀର ଉପସ୍ଥିତିରେ ହିଁ କଥା ହେଉଥିଲେ ବୋଲି ରଶ୍ମିତାଙ୍କ ମା ଅଭିଯୋଗ କରିଛନ୍ତି ।
ତେବେ ଶନିବାର ବିଳମ୍ବିତ ରାତିରେ ରଶ୍ମିତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ରଶ୍ମିତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲେ । ଏହି ଖବର ପାଇ ରଶ୍ମିତାଙ୍କ ମା ସେଠାରେ ପହଁଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଛି । ଶାନ୍ତିଲତା ତୁରନ୍ତ ମେଡିକାଲକୁ ଆସି ଗୁରୁଡ଼ିଝାଟିଆ ଥାନାରେ ଶାଶୂ ଘର ଲୋକଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରି ସ୍ୱାମୀ ବିଶ୍ୱନାଥ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହ ଘଟଣାର ଅଧିକ ଛାନ୍ଭିନ୍ ଚାଲିଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।