ବୌଦ୍ଧ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ କାର୍ଯ୍ୟରତ ଡାକ୍ତର ରୋଗୀଙ୍କ ଉପରେ ରାଗିଯାଇ ପ୍ରେସକିପସନ୍ ଚିରି ଦେଇଥିବା ନେଇ ଅଭିଯୋଗ ହୋଇଛି । ଡାକ୍ତର ଜଣକ ହେଲେ ଶୁଭମ୍ ଚୌଧୁରୀ ।
ବୌଦ୍ଧ ଜିଲ୍ଲା ବଗିଚାସାହିର ଜଣେ ବୃଦ୍ଧ ସନ୍ତୋଷ ପଟ୍ଟନାୟକ (୬୦)ଙ୍କର ଦେହ ଅସୁସ୍ଥ ଥିଲେ । ଗତ ୩ ଦିନ ତଳେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ଫେରି ଯାଇଥିଲେ । ଗତକାଲି ରାତିରେ ସେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପୁଣି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।
ସେତେବେଳେ ଡାକ୍ତର ଶୁଭମ୍ ଚୌଧୁରୀ ଡ୍ୟୁଟିରେ ଥିଲେ । ପରିବାର ଲୋକ ପୂର୍ବ ପ୍ରେସକ୍ରିପସନ୍ ଦେଖାଇ ଚିକିସ୍ଚା କରିବାକୁ କହିଥିଲେ । ଏହା ପରେ ଡାକ୍ତର ପୂର୍ବ ପ୍ରେସକ୍ରିପସନ ଅନୁସାରେ ରୋଗୀଙ୍କୁ ଔଷଧ ଦିଆଯିବନାହିଁ କହିଥିଲେ । ଏହା ସହ କ୍ରୋଧିତ ହୋଇ ପ୍ରେସକ୍ରିପସନକୁ ଚିରି ଦେଇଥିଲେ । ଏମିତି ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିବା ଅଭିଯୋଗ ହୋଇଛି । ତେଣୁ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
ଅନ୍ୟପକ୍ଷରେ ଡାକ୍ତର ଶୁଭମ ଚୌଧୁରୀ ନିଜ ଭୁଲକୁ ସ୍ୱୀକାର କରିଛନ୍ତି । ପ୍ରେସକ୍ରିପସନ୍ ଚିରି ଥିବା ଅଭିଯୋଗକୁ ସେ ସ୍ୱୀକାର କରିଛନ୍ତି।