ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣା । ଆଇଜିଙ୍କ ଉପସ୍ଥିତିରେ ସିନ୍ ରିକ୍ରିଏସନ କରିଥିବା ସୂଚନା ମିଳିଛି | ଅଭିଯୁକ୍ତ ପ୍ରୀତିମାନ ଦେ ଓ ମାନସ ଟୁଡୁ କଲେ ସିନ୍ ରିକ୍ରିଏସନ । ବୁର୍ଲା ପୋଲିସ ରବିବାର ଅଧରାତିରେ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିଛି । କିଭଳି ଘଟଣା ଘଟିଥିଲା ସେନେଇ ଡେମୋ ଦେଖାଇଛନ୍ତି ଉଭୟ ଅଭିଯୁକ୍ତ। ଚିନ୍ମୟୀ ପିସି ବ୍ରିଜକୁ କିପରି ଆସିଲେ, ବ୍ରିଜ୍କୁ ଆସିବା ପୂର୍ବରୁ କେଉଁଠି ଖାଇଥିଲେ ? ମାନସ ଟୁଡୁଙ୍କ କୋଠରୀରେ ଚିନ୍ମୟୀ କଣ କରିଥିଲେ । ଏସବୁ ଘଟଣାକୁ ପୋଲିସକୁ ଡେମୋ ଦେଖାଇଛନ୍ତି ପ୍ରୀତିମାନ ଦେ ଓ ମାନସ ଟୁଡୁ । ଦରକାର ପଡ଼ିଲେ ନାର୍କୋ ଟେଷ୍ଟ ମଧ୍ୟ କରାଯିବ ବୋଲି କହିଛନ୍ତି ସମ୍ବଲପୁର ଏସପି । ଅନ୍ୟପଟେ ପ୍ରୀତିମାନ ଦେ ଓ ମାନସ ଟୁଡୁ ର ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ଆସିସାରିଛି । ଏସଏଫସିଲ ସିଲ କଭରରେ ବୁର୍ଲା ପୋଲିସକୁ ରିପୋର୍ଟ ହସ୍ତାନ୍ତର କରିଛନ୍ତି । ବୁଧବାର ଏସପି ବୁର୍ଲା ଥାନା ଗସ୍ତ କରି ଏହି ରିପୋର୍ଟର ତର୍ଜମା କରିବା ପରେ ପରିବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି । ତେବେ ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟରୁ ଜଣାପଡ଼ିଛି । ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ଜବତ ହୋଇଥିବା ବେଳେ ତଦନ୍ତ ଚାଲିଛି ।