କଳାହାଣ୍ଡି: ରାତି ପାହିଲେ ଭବାନୀପାଟଣାରେ ଜମିବ ଭକ୍ତି ଓ ଆସ୍ଥାର ମହାସମାଗମ । ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ବିଜୟ ଛତର ଯାତ୍ରାକୁ ନେଇ ଉତ୍ସବମୁଖର ହୋଇଉଠିଛି କଳାହାଣ୍ଡି। ମା’ ଙ୍କ ଦିବ୍ୟ ଦର୍ଶନ ପାଇଁ ଅପେକ୍ଷାରେ ଅଛନ୍ତି ଲକ୍ଷ ଲକ୍ଷ ଭକ୍ତ ଶ୍ରଦ୍ଧାଳୁ।
ମା’ ମାଣିକେଶ୍ୱରୀଙ୍କ ପବିତ୍ର ଛତର ଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଭବାନୀପାଟଣା। ରାତି ପାହିଲେ ଏଠାରେ ଏକାଠି ହେବେ ଲକ୍ଷାଧିକ ଶ୍ରଦ୍ଧାଳୁ । ଶକ୍ତି ଆରାଧନାର ମହାକୁମ୍ଭ ପାଲଟିବ ଭବାନୀପାଟଣା ସହର । ମହାଷ୍ଟମୀର ମଧ୍ୟରାତ୍ରିରେ ସ୍ୱତନ୍ତ୍ର ନୀତିକାନ୍ତି ପରେ ଜେନାଖାଲରୁ ଆରମ୍ଭ ହେବ ମା’ଙ୍କ ବିଜୟ ଛତର ଯାତ୍ରା। ଭକ୍ତଙ୍କ ଆସ୍ଥା ଓ ଭାବନାର ଏହି ମହାପର୍ବକୁ ନେଇ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ପ୍ରଶାସନ ମଧ୍ୟ ସଜାଗ ରହିଛି।
ମା’ ମାଣିକେଶ୍ୱରୀଙ୍କ ଜୟଧ୍ୱନିରେ ପ୍ରକମ୍ପିତ ହେବ ଭବାନୀପାଟଣା ସହର । ବର୍ଷକୁ ଥରେ ମା’ ମାଣିକେଶ୍ୱରୀ ମନ୍ଦିର ଗର୍ଭଗୃହରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେବେ । ଛତର ଯାତ୍ରାକୁ ନେଇ ଭକ୍ତଙ୍କ ମନରେ ଦେଖାଦେଇଛି ଅପୂର୍ବ ଉତ୍ସାହ ଓ ଅଗାଢ଼ ଭକ୍ତି । ମା’ଙ୍କ ଦିବ୍ୟ ଦର୍ଶନ ଓ ଆଶୀର୍ବାଦ ପାଇଁ କଳାହାଣ୍ଡି ସମେତ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ ଛୁଟି ଆସିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ।
ପୋଲିସ ପ୍ରଶାସନ ପକ୍ଷରୁ ଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୯୫ ପୋଲିସ ଅଧିକାରୀ ସମେତ ସିସିଟିଭି ୪୪ କ୍ୟାମେରା , ମାରଣାସ୍ତ୍ର ଧରିକି ଶୋଭାଯାତ୍ରା ରେ ସାମିଲ ହେବା କୀ ବାରଣ କରାଯାଇଛି । ଯଦି କେହି ଧରି କି ଆସିବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ସୁରକ୍ଷା ବ୍ୟବସ୍ଥା ଓ ଭକ୍ତଙ୍କ ସୁବିଧା ଉପରେ ରହିଛି ବିଶେଷ ଗୁରୁତ୍ୱ।ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ନିୟୋଜିତ ହେବେ ପୁଲିସ ଓ ପ୍ରଶାସନିକ ଅଧିକାରୀ।