ବ୍ରହ୍ମପୁର: କନ୍ଧମାଳ ଜିଲ୍ଲାର ନବଜାତ ଯୋଡ଼ା ଶରୀର ଶିଶୁଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି ।
ଗତ ୧୧ ତାରିଖରେ ବ୍ରହ୍ମପୁର ବଡ ମେଡିକାଲରେ ଜନ୍ମ ନେଇଥିଲେ ଶିଶୁ। ଶିଶୁଙ୍କର ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ରହିଥିଲା । ଶିଶୁଙ୍କର ଗୋଟିଏ ଶରୀର ସହ ଦୁଇଟି ମୁଣ୍ଡ ଥିଲା। ଗୋଟିଏ ହୃତପିଣ୍ଡ ଯୋଗୁ ଡାକ୍ତରଙ୍କ ସର୍ଜରୀ ସମସ୍ୟା ରହିଥିଲା। ଯେଉଁଥିପାଇଁ ସେମାନଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡ଼ିଥିଲା । ସମସ୍ତ ପ୍ରଚେଷ୍ଟା ସତ୍ୱେ ଉଭୟଙ୍କ ବଞ୍ଚାଇବା ସମ୍ଭବ ହୋଇ ନାହିଁ ।
କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ଏକ ଦମ୍ପତି ଯୋଡ଼ା ଶିଶୁ ଜନ୍ମ ଦେଇଥିଲେ । ଶିଶୁଟିର ଗୋଟିଏ ଶରୀର ଓ ଗୋଟିଏ ହୃତ୍ପିଣ୍ଡ ଥିବା ବେଳେ ଦୁଇଟି ମୁଣ୍ଡ ରହିଛି। ଜନ୍ମ ପରେ ଶିଶୁଟିକୁ ମେଡିକାଲର ସ୍ୱତନ୍ତ୍ର ନବଜାତ ଶିଶୁ ଚିକିତ୍ସା ୟୁନିଟ୍ ରଖାଯାଇଥିଲା ।
ଡାକ୍ତରୀ ସୂଚନା ଅନୁଯାୟୀ, ଏହି ଅବସ୍ଥାକୁ ‘କ୍ରାନିଓପାଗସ୍ ପାରାସିଟିକସ୍’ (Craniopagus parasiticus) ବୋଲି ଚିହ୍ନଟ କରାଯାଇଛି। ଏହା ଏକ ଅତ୍ୟନ୍ତ ବିରଳ ଜନ୍ମଗତ ଅବସ୍ଥା, ଯେଉଁଥିରେ ଶିଶୁର ମୁଣ୍ଡ ଅଞ୍ଚଳରେ ଅସାଧାରଣ ସଂଯୋଗ ଦେଖାଯାଏ।