ଗଂଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ହୋଇଯାଇଛି । ଆଉ ଏଥିପାଇଁ ମାଙ୍କ ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । କୁହାଯାଏ କି ଏଠାରେ ମାଙ୍କୁ ଯାହା ମାଗିଲେ ମନସ୍କାମନା ପୂରଣ ହୋଇଥାଏ । ସେଥିପାଇଁ ଅନେକ ମାନସିକ ଧାରୀ ନିଜ ସନ୍ତାନଙ୍କ ଚୁଟି ମୁଣ୍ଡନ କରିବାକୁ ଲମ୍ବା ଧାଡି ଲଗାଇଥିବା ଦେଖିବାକୁ ମିଳିଛି । ଆଉ ଏହି ମୁଣ୍ଡନ ସାରି କିଏ ମାଙ୍କ ଦର୍ଶନ ପାଇଁ ପାହାଡର ଶିଖର କୁ ଯାଆନ୍ତି ତ ଆଉ କିଏ ପାହାଟ ଅତିକ୍ରମ କରି ପାଦରେ ଚାଲି ଚାଲି ଯାଆନ୍ତି । ଆଉ ଏହି ବିଶ୍ୱାସ ଓ ମନସ୍କାମନା ପୂରଣ ପାଇଁ ମାଙ୍କ ନିକଟକୁ ଅନେକ ଭକ୍ତ ଆସି ଆଶିଷ ଲାଭ କରିଥାନ୍ତି । ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚୈତ୍ର ପର୍ବ ପାଇଁ ମାଙ୍କ ପୀଠରେ ଶ୍ରଦ୍ଧାଶୁଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି । ସେଥିପାଇଁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।