ସମ୍ବଲପୁର: ଲାଞ୍ଚ ନେଇ ନାକ୍ (NAAC) ମାନ୍ୟତା ଦେବା ମାମଲାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣାଙ୍କ ଘରେ ପଶିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ବୁଲୁ ମହାରଣାଙ୍କ ଜ୍ୟୋତି ବିହାରସ୍ଥିତ ସରକାରୀ କ୍ୱାଟର୍ସରେ ସିବିଆଇ ଚଢ଼ଉ କରିଛି । ସିବିଆଇ ଟିମ୍ ଘର ବନ୍ଦ କରି ଯାଞ୍ଚ କରିଛି ।
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗର ପ୍ରଫେସର ବୁଲୁ ମହାରଣା ନାକ୍ ର ସଦସ୍ୟ ରହିଛନ୍ତି । ସେ ହ୍ରାଇଦ୍ରାବାଦର ଏକ ଘରୋଇ ବିଶ୍ୱବିଦ୍ୟାଳୟକୁ ଭଲ ରେଟିଂ ଦେଇ ନାକ୍ ମାନ୍ୟତା ପ୍ରଦାନ କରିବାକୁ ଲାଞ୍ଚ ନେଇଥିଲେ । ଗତ ୧ ତାରିଖରେ ସିବିଆଇ ମାମଲାର ଯାଞ୍ଚ କରି ବୁଲୁ ମହାରଣାଙ୍କୁ ଗିରଫ କରିବା ସହିତ ତାଙ୍କ ସରକାରୀ କ୍ୱାଟର୍ସକୁ ସିଲ୍ କରିଥିଲେ । ଆଜି ପୁଣି ଥରେ ଯାଞ୍ଚ କରାଯାଉଛି ।
ଅଧିକ ପଢ଼ନ୍ତୁ- ଭୁବନେଶ୍ୱର ବିବାହ ମଣ୍ଡପରୁ ଚୋରି ମାମଲା: ଚୋରକୁ ଧରିଲା ପୁରୀ ପୋଲିସ
ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଏକ ୱାଦେଶ୍ୱରମ୍ ନାମକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଗତ ଶନିବାର ଦେଶର ୧୦ଟି ବିଶ୍ୱ ବିଦ୍ୟାଳୟରେ ସିବିଆଇ ଖୋଳତାଡ଼ କରିଥିଲା । ଓଡ଼ିଶା ସମତେ ଚେହ୍ନାଇ, ବେଙ୍ଗାଲୁରୁ, ବିଜୟୱାଡା, ସମ୍ବଲପୁର, ଭୋପାଳ, ଦିଲ୍ଲୀ, ଆଦି ଅଞ୍ଚଳରେ ଚଢାଉ କରାଯାଇଥିଲା । ଏହି ମାମଲାରେ ୧୦ ଜଣ ଗିରଫ ହୋଇଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ସମେତ ଜିପି ସାରଥୀ ଶର୍ମା, ରାଜା ହରିନ, ଏ ରାମକୃଷ୍ଣ, ସମରେନ୍ଦ୍ର ନାଥ ସାହା ଏବଂ ଗାୟତ୍ରୀ ଦେବରାଜ ପ୍ରମୁଖ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ।