ଭୁବନେଶ୍ୱର: ବିଜୁ ଜନତା ଦଳ ଉଚ୍ଚ ଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ଓ କୁଳପତି କୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କୁଳପତି ନିଯୁକ୍ତିକୁ ନେଇ ବିଜେଡ଼ି ପ୍ରଶ୍ନ ଉଠାଇଛି । ଜବାବରେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ନଷ୍ଟ କରିବା ସହଜ, କିନ୍ତୁ ପୁନଃସ୍ଥାପନ କରିବାକୁ କଷ୍ଟ ।
ଶନିବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଗୌରିକ କରଣ କରିବା ପାଇଁ ଉଦ୍ୟମ କରାଯାଉଛି । ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ଭୁଶୁଡିବାରେ ଲାଗିଥିବା ଦଳ ଅଭିଯୋଗ କରିଛି। ୨୦୨୦ରେ ବିଜେଡ଼ି ସରକାର କିଛି ଅସଙ୍ଗତିକୁ ଦୂର କରିବା ପାଇଁ, ବିଶ୍ୱବିଦ୍ୟାଳୟ ଆମେଣ୍ଡମେଣ୍ଟ ବିଲ୍ ଆଣିଥିଲେ । ବିଜେପି ସରକାରକୁ ଆସିବା ପରେ ୨୦୨୪ରେ ବିଶ୍ଵବିଦ୍ୟାଳୟ ଆମେଣ୍ଡମେଣ୍ଟ ବିଲ୍ ଆଣିଥିଲେ । ବିଧାନସଭାରେ ଆଲୋଚନା ପରେ ରାତି ଅଧିଆ ବିଲକୁ ପାରିତ କରିଥିଲେ । ତ୍ରୁଟି ବିଚ୍ୟୁତି ବାହାରିବା ପରେ ପୁଣି ଥରେ ୨୦୨୫ରେ ଆଉଥରେ ଆମେଣ୍ଡମେଣ୍ଟ ବିଲ୍ ଆଣିଲେ। ଏହି ସଂଶୋଧନ ବିଲ୍ ମାଧ୍ୟମରେ ବିଶ୍ୱବିଦ୍ୟାଳୟ ଗୁଡିକରେ କୁଳପତି ନିଯୁକ୍ତି ପାଇଁ ସର୍ଚ୍ଚ କମିଟି ମନୋନାୟନ ନିୟମରେ ପରିବର୍ତ୍ତନ ଅଣାଯାଇଛି। ପୂର୍ବରୁ ଯୋଗ୍ୟତା ଭିତିରେ ମନୋନୟନ କରାଯାଉଥିବା ବେଳେ ନୂଆ ନିୟମ ଅନୁଯାୟୀ ପର୍ସନ ଅଫ ଏମିନେନ୍ସଙ୍କୁ ନିଯୁକ୍ତି ଦିଆଯାଇ ପାରିବ ବୋଲି କୁହା ପରିବର୍ଷିତ ନିୟମ ଅନୁଯାୟୀ, ରାଜ୍ୟ ସରକାର ରାଜ୍ୟପାଳଙ୍କ ପାଖକୁ ତିନୋଟି ନାମର ପ୍ରସ୍ତାବ ରଖିବେ ଓ ସେହି ତିନି କୁହାଯାଇଛି।
ଜଣଙ୍କ ମଧ୍ୟରୁ ରାଜ୍ୟପାଳ ଜଣଙ୍କୁ ସର୍ଚ କମିଟିର ଅଧ୍ୟକ୍ଷ ଭାବେ ମନୋନାୟନ କରିବେ । ତେଣୁ ଏପରି ବ୍ୟବସ୍ଥାରେ ସ୍ୱଚ୍ଛତା ରହିବ ନାହିଁ ବୋଲି ସ୍ପଷ୍ଟ ଜଣାପଡୁଛି ବୋଲି ଅରୁଣ ସାହୁ କହିଛନ୍ତି । ସେହିପରି ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ୧୮ ମାସ ପୂରିଗଲା କିନ୍ତୁ ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତି ହୋଇ ପାରିଲା ନାହିଁ। ରାଜ୍ୟ ସରକାର ଆଗକୁ ଚାଲିବା ପରିବର୍ତ୍ତେ ପଛକୁ ଚାଲୁଛନ୍ତି । ତେଣୁ ତୁରନ୍ତ କୁଳପତି ପଦବୀରେ ନିଯୁକ୍ତି ଦିଆଯାଉ ଡ଼ ସାହୁ ଦାବି କରିଛନ୍ତି । ଯଦି କୁଳପତି ନିଯୁକ୍ତି ନହୁଏ ତେବେ ବିଜୁ ଛାତ୍ର ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଛାତ୍ର ସଭାନେତ୍ରୀ ଇପସିତା ସାହୁ ଚେତାବନୀ ଦେଇଛନ୍ତି ।
ଦିଗପହଣ୍ଡିର ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଅରୁଣ ସାହୁଙ୍କୁ ଜବାବ ଦେଇଛନ୍ତି । ବିଧାୟକ ଶ୍ରୀଯୁକ୍ତ ମହାପାତ୍ର କହିଛନ୍ତି ରାତି ଅଧିଆ ନୁହେଁ ରାତି ପର୍ଯ୍ୟନ୍ତ ଚର୍ଚ୍ଚା କରାଯାଇ ପାରିତ କରାଯାଇଥିଲା । ସେମାନେ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ । ଯେଉଁ କଥା ଗୁଡ଼ିକୁ ମୂଳରୁ ବିସଙ୍ଗତି ହୋଇ ରହିଥିଲା ତାହାକୁ ସୁଧାରିବାକୁ ସମୟ ଲାଗିବ । ନଷ୍ଟ କରିବା ସହଜ, କିନ୍ତୁ ପୁନଃସ୍ଥାପନ କରିବାକୁ କଷ୍ଟ । ସରକାର ସେଥିରେ ପ୍ରତିବଦ୍ଧ ଅଛନ୍ତି । ଖୁବ ଶୀଘ୍ର ନିଯୁକ୍ତି ହେବ ବୋଲି କହିଛନ୍ତି ବିଜେପି ବିଧାୟକ ।