କେନ୍ଦ୍ରାପଡା : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ବଜାର ନିକଟରେ ଏକ ଅଘଟଣ ଘଟିଯାଇଛି । ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ଜୀବନ ଚାଲିଯାଇଛି । ମୃତକ ନୟାଗଡ଼ ଇଟାମାଟି ଗାଁର ତ୍ରିଲୋଚନ ମୁଦୁଲି ବୋଲି ଜଣାପଡିଛି ।
ସୂଚନା ଅନୁସାରେ ତ୍ରିଲୋଚନ ନିଜ ବାଇକ୍ ଯୋଗେ କଟକ ଯାଉଥିବା ବେଳେ ଚାନ୍ଦୋଳ ବଜାର ଠାରେ ତାଙ୍କ ବାଇକ ଆଗକୁ ହଠାତ ଗୋଟିଏ ବାଇକ ପସିଆସିଲା । ଯାହା ଫଳରେ ତ୍ରିଲୋଚନ ରାସ୍ତା ଉପରକୁ ଛିଟିକି ପଡିଥିଲେ । ଏହି ସମୟରେ ସାମନା ପଟୁ ଆସୁଥିବା ଏକ କାର୍ ତାଙ୍କ ଉପରେ ଚଢି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇ ସଦର ଥାନା ପୋଲିସ ଉଭୟ ଗାଡିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।