ବାଲେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ । ଚନ୍ଦନେଶ୍ଵର ମନ୍ଦିର ସମ୍ମୁଖରେ ଜଣେ ଡାକ୍ତର ଚାଲି ଚାଲି ଯାଉଥିବା ବେଳେ ଏକ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଭୋଗରାଇର ଚନ୍ଦନେଶ୍ଵରରେ ଘଟିଛି ।
ସୂଚନା ଅନୁସାରେ, ଭୋଗରାଇର ହୁଗୁଳି ପଞ୍ଚାୟତ ଅଧିନ ବରବରିଆ ଗାଁର ମୁରଲୀ କରଙ୍କ ପୁଅ ଗଙ୍ଗାଧର ଚନ୍ଦନେଶ୍ଵର ମନ୍ଦିର ସମ୍ମୁଖରେ ସନ୍ଧ୍ୟାରେ ଚାଲି ଯାଉଥିଲେ। ଏହି ସମୟରେ ରବରିଆ ଗାଁର ଭାଲୁକା ପଣ୍ଡାଙ୍କ ପୁଅ ଶିବଶଙ୍କର ଓରଫ ବୁଲା ଗଙ୍ଗାଧରଙ୍କୁ ଏକ ମାରଣାସ୍ତ୍ରରେ ପଛପଟୁ ଆକ୍ରମଣ କରିଥିଲା। ଗଙ୍ଗାଧର ରକ୍ତ ଜୁଡୁବୁଡୁ ହୋଇ ଗୁରୁତର ଅବସ୍ଥାରେ ଟଳି ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ବୁଲାକୁ ସ୍ଥାନୀୟ ଲୋକେ କାବୁ କରି ତାଳସାରୀ ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।