ମୁମ୍ବାଇ: ସନ୍ନ୍ୟାସୀରୁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଂଘର୍ଷପୂର୍ଣ୍ଣ ଏବଂ ପ୍ରେରଣାଦାୟୀ ଜୀବନକୁ ନେଇ ଆସିବାକୁ ଫିଲ୍ମ “ଅଜୟ-ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ଏ ୟୋଗୀ” (AJEY-The Untold Story Of a Yogi) । ଲେଖକ ଶାନ୍ତନୁ ଗୁପ୍ତା ଦ୍ୱାରା ରଚିତ “ଦ ମଙ୍କ୍ ହୁ ବିକମ୍ ଚିଫ୍ ମିନିଷ୍ଟର” (The Monk Who Become Chief Minister ନୋବେଲରୁ ସିନେମାଟି ନିର୍ମାଣ କରାଯାଇଛି । ଏଥିରେ ଭୂମିକାରେ ଅର୍ଥାତ୍ ଯୋଗୀ ଆଦିତ୍ୟନାଥଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ଅନନ୍ତ ଯୋଶୀ । ଯାହାର ପ୍ରଥମ ଚିତ୍ର ପ୍ରକାଶ ପାଇଛି । ବୁଧବାର ଲେଖକ ଶାନ୍ତନୁ ଗୁପ୍ତା ଫିଲ୍ମର ପ୍ରଥମ ଲୁକର ଏକ ଛୋଟ ଭିଡ଼ିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ଏହି ଚଳଚ୍ଚିତ୍ରରେ ଯୋଗୀ ଆଦିତ୍ୟନାଥଙ୍କ କାହାଣୀକୁ ନେଇ ନିର୍ମିତ ହୋଇଛି । ଏଥିରେ ତାଙ୍କର ପିଲାବେଳଠାରୁ ଆରମ୍ଭ କରି ନାଗପନ୍ଥୀଭାବେ ସନ୍ନ୍ୟାସ ଗ୍ରହଣ କରିବା ଏବଂ ମୁଖ୍ୟମନ୍ତ୍ରୀ ହେବା ଯାଏ କାହାଣୀକୁ ଉପସ୍ଥାପନ କରାଯାଇଛି । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅନନ୍ତ ଯୋଶୀ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ପରେଶ ରାୱଲ, ଦିନେଶ ଲାଲ ଯାଦବ, ଗାରିମା ସିଂହ ଓ ରାଜେଶ ଖଟ୍ଟର । ସମ୍ରାଟ ସିନେମାଟିକ୍ସ ବ୍ୟାନରରେ ଅଧିନରେ ଋତୁ ମେଙ୍ଗୀ ପ୍ରଡକ୍ସନରେ ନିର୍ମାଣ ଚାଲିଛି । ମହାରାନୀ-2ର ରବୀନ୍ଦ୍ର ଗୌତମ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ।
ଫିଲ୍ମଟି ବିଭିନ୍ନ ଭାଷା ଯଥା, ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼ ଏବଂ ମାଲାୟଲମରେ ମୁକ୍ତିଲାଭ କରିବ । ଏହି ବର୍ଷ ମଧ୍ୟରେ ଫିଲ୍ମଟି ସିନେମା ଘରକୁ ଆସିବାକୁ ଯାଉଛି ।