ମୁୁମ୍ବାଇ: ବଲିଉଡ ଅଭିନେତା ବିଜୟ ବର୍ମା ଓ ଅଭିନେତ୍ରୀ ତମନ୍ନା ଭାଟିଆ ନିଜର ବ୍ରେକଅପକୁ ନେଇ ସଂପ୍ରତି ଚର୍ଚ୍ଚାରେ ଅଛନ୍ତି । ଦୁହିଁଙ୍କ ପ୍ରେମରେ ଫାଟ ଉଭୟଙ୍କ ପ୍ରଶଂସକଙ୍କୁ ବହୁତ ନିରାଶ କରିଛି । କାରଣ ପ୍ରଶଂସକ ଏହି ଯୋଡିକୁ ବହୁତ ପସନ୍ଦ କରୁଥିଲେ । ଦୀର୍ଘ ସମୟ ନିରବ ରହିବା ପରେ ବିଜୟ ବର୍ମା ଶେଷରେ ଏକ କାର୍ଯ୍ୟକ୍ରମରେ ନିଜର କଥା ରଖିଛନ୍ତି ।
ବିଜୟ ବର୍ମା କହିଛନ୍ତି, ଯଦି ଆପଣ ଆଇସକ୍ରିମ ପରି ସଂପର୍କର ମଜା ଉଠାଇବ ତେବେ ବହୁତ ଖୁସି ରହିବେ । ଏହାର ଅର୍ଥ ଯେଉଁ ବି ଫ୍ଲେଭର ମିଳିବ ତାକୁ ଆପଣାନ୍ତୁ ଏବଂ ସାଥୀରେ ଚାଲନ୍ତୁ । ସଂପର୍କକୁ ନେଇ ଅଧିକ ଚିନ୍ତାଶୀଳ ହେବା ଆବଶ୍ୟକତା ନାହିଁ । ସର୍ବଦା ସଂପର୍କକୁ ନେଇ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ ରଖିବା ଉଚିତ୍ ।
ସୂଚନାଯୋଗ୍ୟ, ତମନ୍ନା ଭାଟିଆ ଓ ବିଜୟ ବର୍ମା ପ୍ରାୟ ଦୁଇ ବର୍ଷ ଧରି ପରସ୍ପରକୁ ଡେଟ୍ କରି ଆସିଥିଲେ । ତବେ ଚଳିତ ମାସ ଆରମ୍ଭରେ ଉଭୟଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିବା ଖବର ଆସିଥିଲା । ତେବେ ଦୁହେଁ କେଉଁ କାରଣ ପାଇଁ ଅଲଗା ହେବାକୁ ନିଷ୍ପତ୍ତି ନେଲେ ତାର କାରଣ ସ୍ପଷ୍ଟ ଜଣା ପଡି ନାହିଁ । ନିକଟରେ ଦୁହିଁଙ୍କୁ ରବୀନା ଟଣ୍ଡନଙ୍କ ହୋଲି ପାର୍ଟିରେ ଅଲଗା ଅଲଗା ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ସଂପ୍ରତି ତମନ୍ନା ନିଜର ଏକ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଅଛନ୍ତି ।