ମୁୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରୀର ପରିଚିତ ଅଭିନେତା ଶ୍ରେୟସ ତଲପଡେ ସହିତ ୧୫ ଜଣଙ୍କ ବିରୋଧରେ ଠକେଇ ମୋକଦ୍ଦମା ରୁଜୁ ହୋଇଛି । ଚିଟଫଣ୍ଡ କମ୍ପାନି ନାଁରେ କୋଟି କୋଟି ଟଙ୍କା ଠକେଇ ମାମଲାରେ ଅଭିନେତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏହି କମ୍ପାନିରେ ଶ୍ରେୟସ ତଲପଡେ ପ୍ରମୋଟର ଥିଲେ ।
ସୂଚନା ଅନୁଯାୟୀ, ଯେଉଁ କମ୍ପାନିରେ ଶ୍ରେୟସ ତଲପଡେ କାମ କରୁଥିଲେ, ସେହି ଚିଟଫଣ୍ଡ କମ୍ପାନିର ନାଁ ହେଉଛି ଏଲୟୁସିସି । ଏହି କମ୍ପାନି ଲୋକଙ୍କୁ ଅଧିକ ଅର୍ଥ ରୋଜଗାର କରିବାର ଲୋଭ ଦେଖାଇ କୋଟି କୋଟି ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଛି । ଏହି ଚିଟଫଣ୍ଡ କମ୍ପାନି ଉତ୍ତର ପ୍ରଦେଶର ମହୋବାରେ ସଞ୍ଚାଳିତ ହେଉଥିଲା । ଏହି କମ୍ପାନି ଲୋକଙ୍କୁ ମୂଳ ଅର୍ଥର ଦୁଇ ଗୁଣ ରିଟର୍ଣ୍ଣ ଦେବାର ପ୍ରତିଶ୍ରୁତି ଦେଇ ଲୁଟି ନେଇଛି । ଏବେ ସମସ୍ତଙ୍କ ବିରୋଧରେ ଧାରା ୪୧୯, ୪୨୦ ଆଧାରରେ ମୋକଦ୍ଦମା ରୁଜୁ ହେବାରୁ ଚାଞ୍ଚଲ୍ୟ ଖେଳି ଯାଇଛି ।
ସୂଚନାଯୋଗ୍ୟ, ଶ୍ରେୟସ ତଲପଡେ ପୁଷ୍ପା ଓ ପୁଷ୍ପା ୨ରେ ଅଲ୍ଲୁ ଅର୍ଜୁନଙ୍କ ସ୍ୱର ଦେଇ ଇଣ୍ଡଷ୍ଟ୍ରୀକୁ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ । ପୁଷ୍ପା ୨କୁ ଯେତିକି ଅଧିକ ପସନ୍ଦ କରାଗଲା ତାଠୁ ଅଧିକ ଶ୍ରେୟସ ତଲପଡେଙ୍କ କଣ୍ଠଦାନକୁ ସିନେ ପ୍ରେମୀ ଅଧିକ ପସନ୍ଦ କରିଥିଲେ । କିନ୍ତୁ ଏବେ ପୁଷ୍ପା ଏହି ଚିଟଫଣ୍ଡ ମାମଲାରେ ଅଡୁଆ ବଢିବାକୁ ଯାଉଛି ।