ନୂଆଦିଲ୍ଲୀ: ରବିବାର ଆଇପିଏଲରେ ଦୁଇଟି ମୁକାବିଲା ଖେଳାଯିବ । ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ଅପରାହ୍ଣ ୩ଟା ୩୦ରେ ଆରମ୍ଭ ହବ । ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ । ଏହି ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ । ଏହିପରି କ୍ରିକେଟ୍ ପ୍ରେମୀଙ୍କୁ ଆଜି ଡବଲ ଆକ୍ସନ ଦେଖିବାକୁ ମିଳିବ ।
ଦିଲ୍ଲୀ କ୍ୟାପିଟାଲ୍ସ ନିଜର ପ୍ରଥମ ମ୍ୟାଚରେ ଲଖନଉ ସୁପର ଜାଏଣ୍ଟସକୁ ହରାଇଥିଲା । ବର୍ତ୍ତମାନ ଦିଲ୍ଲୀ ଅଙ୍କ ତାଲିକାରେ ପଞ୍ଚମରେ ରହିଛି । ଅନ୍ୟପଟେ ପାଟ କମିନ୍ସଙ୍କ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମ ମ୍ୟାଚରେ ରାଜସ୍ଥାନକୁ ହରାଇଥିଲା । ମାତ୍ର ଦ୍ୱିତୀୟ ମ୍ୟାଚରେ ଏଲଏସଜିଠୁ ପରାଜିତ ହୋଇଛି । ଏହିପରି ଏସଆରଏଚ ଦୁଇଟି ମ୍ୟାଚରୁ ଦୁଇ ପଏଣ୍ଟ ସହ ଷଷ୍ଠରେ ରହିଛି ।
ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ପ୍ରଥମ ବିଜୟ ଅପେକ୍ଷାରେ ରହିଛି । ଦଳ ପ୍ରଥମ ଦୁଇଟି ମ୍ୟାଚରେ ଏସଆରଏଚ ଓ କେକେଆରଠୁ ପରାଜିତ ହୋଇଥିଲା । ଦଳ ପଏଣ୍ଟ ଟେବୁଲର ସବୁଠୁ ତଳେ ରହିଛି । ଋତୁରାଜ ଗାଏକ୍ୱାଡଙ୍କ ଚେନ୍ନାଇ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ଚେନ୍ନାଇ ପ୍ରଥମ ମ୍ୟାଚରେ ମୁମ୍ବାଇକୁ ହରାଇଥିଲେ ହେଁ ଦ୍ୱିତୀୟ ମ୍ୟାଚରେ ଆରସିବିଠୁ ଶୋଚନୀୟ ପରାଜୟ ଭୋଗିଥିଲା ।
ଦିଲ୍ଲୀର ସମ୍ଭାବିତ ଏକାଦଶ
ଜେକ ଫ୍ରେଜର ମ୍ୟାକଗର୍କ, ଫାଫ ଡୁ ପ୍ଲେସିସ, ଅଭିଷେକ ପୋରେଲ(ୱିକେଟ୍ କିପର), କେଏଲ ରାହୁଲ, ଅକ୍ଷର ପଟେଲ(ଅଧିନାୟକ), ଟ୍ରିଷ୍ଟନ ଟବ୍ସ, ବିପ୍ରଜ ନିଗମ, ମିଚେଲ୍ ଷ୍ଟାର୍କ, କୁଲଦୀପ ଯାଦବ, ମୋହିତ ଶର୍ମା ଓ ମୁକେଶ କୁମାର ।
ଇମ୍ପାକ୍ଟ ପ୍ଲେୟାର- ଆଶୁତୋଷ ଶର୍ମା
ସନରାଇଜର୍ସ ହାଇଦ୍ରାବାଦର ସମ୍ଭାବିତ ଏକାଦଶ
ଅଭିଷେକ ଶର୍ମା, ଟ୍ରେଭିସ ହେଡ, ଇଶାନ କିଶନ, ନୀତିଶ କୁମାର ରେଡ୍ଡୀ, ହେନରିକ କ୍ଲାସେନ( ୱିକେଟ୍ କିପର), ଅନିକେତ ବର୍ମା, ପାଟ୍ କମିନ୍ସ(ଅଧିନାୟକ), ସିମରଜିତ ସିଂ, ରାହୁଲ ଚହର, ମହମ୍ମଦ ଶାମି ଓ ଆଡମ ଜାମ୍ପା ।
ଇମ୍ପାକ୍ଟ ପ୍ଲେୟାର- ସଚିନ ବେବି/ଅଭିନବ ମନୋହର
ରାଜସ୍ଥାନ ରୟାଲ୍ସର ସମ୍ଭାବିତ ଏକାଦଶ
ଯଶସ୍ୱୀ ଜୟସ୍ୱାଲ, ସଞ୍ଜୁ ସାମସନ, ନୀତିଶ ରାଣା, ରିୟାନ ପରାଗ(ଅଧିନାୟକ), ଧ୍ରୁବ ଜୁରେଲ(ୱିକେଟ୍ କିପର),ସିମରନ ହେଟମାୟର, ୱାନିନ୍ଦୁ ହସରଙ୍ଗା, ମହେଶ ତୀକ୍ଷଣା, ସନ୍ଦୀପ ଶର୍ମା ଓ ତୁଷାର ଦେଶପାଣ୍ଡେ ।
ଚେନ୍ନାଇ ସୁପର କିଙ୍ଗ୍ସର ସମ୍ଭାବିତ ଏକାଦଶ
ରଚିନ ରବୀନ୍ଦ୍ର, ରାହୁଲ ତ୍ରିପାଠୀ, ଋତୁରାଜ ଗାଏକ୍ୱାଡ(ଅଧିନାୟକ), ଶିବମ ଦୁବେ, ସାମ କରନ, ରବୀନ୍ଦ୍ର ଜାଡେଜା, ଏମଏସ ଧୋନୀ(ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ମଥିଶା ପଥିରାନା, ନୂର ଅହମ୍ମଦ ଓ ଖଲିଲ ଅହମ୍ମଦ ।