ନୂଆଦିଲ୍ଲୀ: ଏବେ ଦେଶରେ ଚାଲିଛି ଆଇପିଏଲ୍ ପର୍ବ । ବିଭିନ୍ନ ଦଳର ଅଭିଜ୍ଞ ଖେଳାଳୀଙ୍କ ସହିତ ନୂଆ କରି ଆସିଥିଲା ଖେଳାଳି ମଧ୍ୟ ଦମଦାର ପ୍ରଦର୍ଶନ କରୁଛନ୍ତି । ତେବେ ଏହି ଆଇପିଏଲ୍ ଅନେକଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ, ବଦଳାଇ ଦେଇଛି ଆର୍ଥିକ ଅବସ୍ଥା । ବିଶେଷ କରି ଆଇପିଏଲରେ ନିଜର ଦବଦବା ରଖିଥିବା ନୀତା ଅମ୍ବାନୀଙ୍କ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଅନେକ ଯୁବ ପୀଢ଼ିଙ୍କୁ ବଦଳାଇ ଦେଇଛି ଭାଗ୍ୟ । ଦେଶର କୋଣ ଅନୁକୋଣରୁ ପ୍ରତି ସିଜିନରେ ନୂଆ ନୂଆ ଖେଳାଳିଙ୍କୁ ନିଜ ଟିମରେ ସ୍ଥାନ ଦେଉଛି । ଆଉ ଯେଉଁମାନେ ପରବର୍ତ୍ତୀ ସମୟରେ ଭାରତୀୟ ଦଳରେ ସାମିଲ ହୋଇ ଅନ୍ତର୍ଜାତୀୟ ସ୍ତରରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି । ଚଳିତ ଥର ମଧ୍ୟ ତିନି ନୂତନ ଖେଳାଳିଙ୍କୁ ଟିମ୍ ଅକ୍ସନରେ କିଣିଛି । ଆଉ ଯେଉଁମାନେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି ।
ଯଶପ୍ରୀତ ବୁମରା, ପାଣ୍ଡ୍ୟା ବ୍ରଦର୍ସ ହାର୍ଦ୍ଦିକ ଓ କୃଣାଲ, ତିଲକ ବର୍ମା, ବିଗ୍ନେଶ ପୁଥୁରଙ୍କ ଭଳି ଖେଳାଳିଙ୍କୁ ମୁମ୍ବାଇ ନିଜ ଦଳରେ ସାମିଲ କରି ରାତିରାତି ଷ୍ଟାର୍ କରି ଦେଇଛି । ଯଶପ୍ରୀତ ବୁମରାହ ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ଯୋଗ ଦେଇଥିଲେ । ସେ ତାଙ୍କର ପ୍ରଥମ ଆଇପିଏଲ ମ୍ୟାଚରେ ହିଁ ସମସ୍ତଙ୍କୁ ଚକିତ କରାଇ ଦେଇଥିଲେ । ସେ ୩ଟି ୱିକେଟ୍ ନେଇ ମାତ୍ର ୩୨ ରନ୍ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ଭାରତୀୟ କ୍ରିକେଟ୍ ଟିମରେ ସୁଯୋଗ ପାଇଥିଲେ । ଯିଏ ଏବେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ରେକର୍ଡ ସୃଷ୍ଟି କରୁଛନ୍ତି ।
ସେହିପରି ଗୁଜରାଟ ବାସିନ୍ଦା ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃଣାଲ ପାଣ୍ଡ୍ୟାଙ୍କୁ ଏକ ସ୍ଥାନୀୟ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଦେଖିଥିଲେ । ଏହା ପରେ ହାର୍ଦ୍ଦିକଙ୍କୁ ୨୦୧୫ରେ ଆଇପିଏଲ ଖେଳିବାର ସୁଯୋଗ ମିଳିଥିଲା । ସେହିପରି କୃଣାଲ ୨୦୧୬ରେ ଦଳକୁ ଆସିଥିଲେ । ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ଟିମକୁ ବିଜୟୀ କରିବାରେ ଏହି ଦୁଇ ଭାଇ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅଲାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଇଣ୍ଡିଆ ଟିମରେ ଖେଳୁଛନ୍ତି ।
କେରଳ କ୍ରିକେଟ୍ ଲିଗ୍ରେ ଖେଳୁଥିବା ସମୟରେ ୨୪ ବର୍ଷୀୟ ଖେଳାଳି ବାମହାତୀ ସ୍ପିନର ବିଗ୍ନେଶ ପୁଥୁରଙ୍କୁ ମୁମ୍ବାଇର ସ୍କାଉଟିଂ ଦଳ ଦେଖିଥିଲା। ଚଳିତ ବର୍ଷ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଡେବ୍ୟୁ କରିଛନ୍ତି । ତାଙ୍କର ପ୍ରଥମ ଆଇପିଏଲ ମ୍ୟାଚ୍ରେ, ଭିଗ୍ନେଶ ୩୨ ରନ ଦେଇ ୩ ୱିକେଟ୍ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ବିଗ୍ନେଶଙ୍କ ବାପା ହେଉଛନ୍ତି ଜଣେ ଅଟୋ ଡ୍ରାଇଭର । ହ୍ରାଇବାଦର ତୀଲକ ବର୍ମା ୨୦୨୨ରେ ଆଇପିଏଲ ଖେଳିବା ପରେ ୨୦୨୩ରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ ।