ନୂଆଦିଲ୍ଲୀ: ବଲିଉଡ଼ର ଆଗଧାଡ଼ିର ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କ ଉପରକୁ ଆକ୍ରମଣ । ଦିଲ୍ଲୀର ଏକ ୟୁନିଭରସିଟିରେ ଗୀତ ଗାଉଥିବା ବେଳେ ତାଙ୍କ ଉପରକୁ ପଥରମାଡ଼ ହୋଇଛି ।
ଘଟଣା ମୁତାବିକ ମାର୍ଚ୍ଚ ୨୪ ତାରିଖ ରବିବାର ଦିନ ଦିଲ୍ଲୀର ଟେକ୍ନୋଲୋଜିକଲ ୟୁନିଭରସିଟିରେ ସୋନୁଙ୍କର କନସର୍ଟ ରହିଥିଲା । ଏଥିରେ ଏଥିରେ ପାଖାପାଖି ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ର୍ରୀ ସାମିଲ ହୋଇଥିଲେ । ଏଠାକୁ ଆସି ଶୋରେ ଗୀତ ଗାଉଥିଲେ ସୋନୁ । ହେଲେ ହଠାତ୍ ସେ ଗୀତ ଗାଉଥିବା ବେଳେ ତାଙ୍କ ଉପରକୁ ପଥର ଓ ବୋତଲ ମାଡ଼ ହୋଇଥିଲା । କିଛି ଛାତ୍ରମାନେ ତାଙ୍କ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ ।ଏହାଦେଖି ସୋନୁ ପରଫର୍ମାନ୍ସକୁ ଅଧାରେ ରଖିଥିଲେ। ଆଉ ଦର୍ଶକଙ୍କୁ ଅନୁରୋଧ କରିଥିଲେ ଏଭଳି ନ କରିବାକୁ। ତାପରେ ପୁଣି ଶୋ’ରେ କେହି ଜଣେ ହେୟାରବ୍ୟାଣ୍ଡ ଫୋପାଡ଼ିଥିଲେ । ଆଉ ସୋନୁ ତାକୁ ନିଜ ମୁଣ୍ଡରେ ପିନ୍ଧିଥିଲେ ।
ସୋନୁ ଲୋକଙ୍କୁ ଶାନ୍ତ କରିବାକୁ ଖୁବ୍ ଚେଷ୍ଟା କରିଥିଲେ । କିନ୍ତୁ ଯେତେବେଳେ ମାମଲା ଆହୁରି ବିଗିଡ଼ିବାକୁ ଲାଗିଲା, ସେ ଲୋକଙ୍କୁ ଏଭଳି ନ କରିବାକୁ ଅନୁରୋଧ କରି କହିଥିଲେ, ‘ମୁଁ ଆପଣଙ୍କ ଲାଗି ଆସିଛି, ଏଠାରେ ଆମେ ବହୁତ ଭଲ ସମୟ ବିତାଇପାରିବା । ମୁଁ ଆପଣଙ୍କୁ ଉପଭୋଗ କରିବାକୁ ମନା କରୁନାହିଁ କିନ୍ତୁ ଏଭଳି କରନ୍ତୁ ନାହିଁ। ମୋ ଟିମ୍ ମେମ୍ବରଙ୍କୁ ବି ଆଘାତ ଲାଗିଲାଣି ’। ତେବେ ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ ଏନେଇ ସିଙ୍ଗର ସୋନୁଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି ।