ଭୁବନେଶ୍ୱର: ସଲମାନ ଖାନଙ୍କ ଆଗାମୀ ଆକ୍ସନ-ପ୍ୟାକ୍ଡ୍ ଥ୍ରୀଲର ମୁଭି ମାର୍ଚ୍ଚ ୩୦ରେ ରିଲଜ ହେବାକୁ ଯାଉଛି। ଏହାକୁ ନେଇ ଦର୍ଶକଙ୍କ ମନରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳୁଛି। ଏ.ଆର. ମୁରୁଗାଡୋସଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମରେ ଶର୍ମନ ଜୋଶୀଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।
ତେବେ ନିର୍ମାତାମାନେ ବହୁ ପ୍ରତୀକ୍ଷିତ ସିକନ୍ଦର ମୁଭିର ଟ୍ରେଲରଟି ରିଲିଜ୍ କରିଥିଲେ, ଦର୍ଶକ ଏହାକୁ ଭୂରି ଭୂରି ପ୍ରଶଂସା କରିଥିଲେ। ଏହା ସହିତ ଏତେ ବଡ଼ ପ୍ରୋଜେକ୍ଟର ଅଂଶ ଗ୍ରହଣ କରିବା ପାଇଁ ଶର୍ମନ ଜୋଶୀ ତାଙ୍କର ଖୁସିକୁ ବି ଲୁଚାଇ ପାରି ନଥିଲେ। ସେ କହିଛନ୍ତି ଯେ ‘ମୁଁ ପ୍ରଥମ ଥର ପାଇଁ ସଲମାନ ଖାନଙ୍କ ସହ କାମ କରିଛି ଏବଂ ତାଙ୍କ ସହ କାମ କରିବା ପରେ ମୁଁ ଜାଣିପାରିଛି ଯେ ସେ ଜଣେ ସାଧାରଣ ବ୍ୟକ୍ତି! ତାଙ୍କ ଭିତରେ କୌଣସି ଅହଂକାର ନାହିଁ... ତାଙ୍କ ସହିତ କାମ କରି ବହୁତ ଭଲ ଲାଗିଲା ଏବଂ ଆମେ ବହୁତ ମଜା ମଧ୍ୟ କଲୁ’।
ସୂଚନା ଅନୁସାରେ, ଏହି ଇଭେଣ୍ଟରେ, ଶର୍ମନ ତାଙ୍କର ଲୁକକୁ ସୁପର କୁଲ୍ ରଖିଥିଲେ ଏବଂ ଏକ କଳା ଟି-ସାର୍ଟ, ଗ୍ରେ କାର୍ଗୋ ପ୍ୟାଣ୍ଟ ପିନ୍ଧିଥିଲେ। ସୋସିଆଲ ମିଡିଆରେ ପ୍ରଶଂସକମାନେ ଅଭିନେତାଙ୍କ ଏହି ଲୁକ୍ କୁ ନେଇ ଅନେକ ପ୍ରଶଂସା କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, "ତୁମେ ଏକ ବଡ଼ ଚଳଚ୍ଚିତ୍ରର ଅଂଶ ହେବାର ଯୋଗ୍ୟ", ଅନ୍ୟ ଜଣେ କହିଛନ୍ତି, "ଏହି ଚଳଚ୍ଚିତ୍ରରେ ତୁମର କାମ ଦେଖିବାକୁ ଆମେ ଅପେକ୍ଷା କରୁଛି!" ଟ୍ରେଲରଟି ରିଲଜ୍ ହେବା ପୂର୍ବରୁ ଚହଳ ସୃଷ୍ଟି କରିଦେଇଛି ସିକନ୍ଦର ଏକ ବ୍ଲକବଷ୍ଟର ହେବାକୁ ଯାଉଛି। ଟ୍ରେଲରରେ, ସଲମାନ ସିକନ୍ଦରଙ୍କ ଚରିତ୍ରକୁ ଶକ୍ତିଶାଳୀ ଭାବରେ ଅଭିନୟ କରିଛନ୍ତି।