ଗଜପତି: ଧର୍ମ ନାମରେ ଆଶା କର୍ମୀଙ୍କୁ ନିର୍ଯ୍ୟାତନା । ଖ୍ରୀଷ୍ଟିଆନ ହୋଇ ହିନ୍ଦୁ ଘରକୁ ଯିବାରୁ କରାଯାଇଛି ସାମାଜିକ ବାସନ୍ଦ । ଏଭଳି ଗୁରୁତର ଅଭିଯୋଗ ଆସିଛି ରାୟଗଡ଼ ଥାନା ଅନ୍ତର୍ଗତ ଜିରାଙ୍ଗ ଗ୍ରାମରୁ । ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଛି । ଶେଷରେ କିଛି ଉପାୟ ନ ପାଇ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଶାକର୍ମୀ ।
ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜିରାଙ୍ଗ ଖ୍ରୀଷ୍ଟିଆନ ସାହିର ଆଶା କର୍ମୀ ଶ୍ରୀମତୀ ସୁନନ୍ଦିନି ମିଶାଲ ହିନ୍ଦୁ ପରିବାରକୁ ଯାଇ ସେବା ଯୋଗାଇବା ହେତୁ ବାଛନ୍ଦ ତାଙ୍କୁ ଗାଁ ଲୋକେ ବାଛନ୍ଦ କରିଛନ୍ତି । ଆଶାକର୍ମୀ ଗତ ୧୨ ଜୁନରେ ଜଣେ ହିନ୍ଦୁ ପରିବାରକୁ ତାଙ୍କ ସ୍ଵାସ୍ଥ୍ୟ ସମସ୍ୟା ସମ୍ୱନ୍ଧରେ ପରାମର୍ଶ ଦେବା ସହ ଓଆରଏସ୍ ପ୍ୟାକେଟ୍ ଆବଶ୍ୟକ ଥିବାରୁ ଦେଇଥିଲେ ଏବଂ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶ ଥିବା ମୁଣ୍ଡ ଗଣନାର ଅପଡେଟେଡ୍ ସର୍ଭେ ରିପୋର୍ଟ ସଂଗ୍ରହ ପାଇଁ ବୁଲିବାକୁ ଯାଇଥିଲେ । ପରେ ଗାଁର ଖ୍ରୀଷ୍ଟିଆନ ବ୍ୟକ୍ତିମାନେ ଷଡଯନ୍ତ୍ରରେ ମଣ୍ଡଳୀ ଦ୍ୱାରା ୫୦୦୦ ଟଙ୍କା ଜରିମାନା କରାଯିବା ସହ ସମାଜରୁ ବହିଷ୍କାର କରିଛନ୍ତି । ୧୨ ଜୁନ୍ ରାତିରେ ଚର୍ଚ୍ଚ ପରିସରକୁ ଡାକି ଧମକ ଦେଇଥିଲେ । ଆଗାମୀ ସମୟରେ ସାହି ଭିତରେ ରହିଥିବା କୌଣସି ହିନ୍ଦୁ ପରିବାରକୁ ସେବା ଯୋଗାଇବାକୁ ମନା କରିବା ସହ ସାହିରୁ ବାଛନ୍ଦ କରିଛନ୍ତି। ବର୍ତ୍ତମାନ ନ୍ୟାୟ ଦାବିରେ ଗଜପତି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଘଟଣା ସାମ୍ନାକୁ ଆସିବା ପରେ ପରିବାରକୁ ସୁରକ୍ଷା ଯୋଗାଇଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଆଶାକର୍ମୀ ।