ଭଦ୍ରକ: ଏବେ ଜଣେ ଝିଅ କାହାକୁ ବିଶ୍ୱାସ କରିବ ତାହା ସବୁଠାରୁ ବଡ଼ ପ୍ରଶ୍ନ । ଘରେ ବାହାରେ ସବୁସ୍ଥାନରେ ଝିଅମାନଙ୍କ ଉପରେ ପୁରୁଷଙ୍କର ପାପ ନଜର । ନିଜ ଘର ଭିତରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛି । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଟାଉନ ଥାନା ଅଞ୍ଚଳରେ । ପଡ଼ୋଶୀ ଦାଦା ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛି ।
ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଏହି ଘଟଣାକୁ ପାଖାପାଖି କୋଡ଼ିଏ ପଚିଶ ଦିନ ବିତି ସାରିଲାଣି । ଗତ ରଜ ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଦାଦା ତାର ସମ୍ପର୍କୀୟ ଝିଆରୀକୁ ଦୁଷ୍କର୍ମ କରିଥିଲା। ଝିଆରୀକୁ ମଧ୍ୟ ଧମକଚମକ ଦେଇଥିଲା। ପରିବାର ଲୋକେ ଫେରିବା ପରେ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିଲେ। ପରିବାର ଲୋକେ ଗତକାଲି ରାତିରେ ଟାଉନ ଥାନାରେ ଅଭିଯୋଗ ପରେ ଦାଦାକୁ ଗିରଫ କରିଛି ପୋଲିସ ।