କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ ଏଆରଆଇ। ୧୨ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ। କେନ୍ଦ୍ରାପଡା ଜିଲ୍ଲା ଡେରାବିସ ତହସିଲ ନିକିରେଇ ଏଆରଆଇ ଅଭିମନ୍ୟୁ ବେହେରାଙ୍କୁ ଧରିଛି ଭିଜିଲାନ୍ସ।
ଘଟଣା ମୁତାବିକ, ଏଆରଆଇ ଅଭିମନ୍ୟୁ ଘର ଜମିପଟ୍ଟା କରାଇଦେବା ନାଁରେ ଶ୍ରୀନାଥ ମଲ୍ଲିକଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆବେଦନକାରୀଙ୍କୁ ସୁହାଇଲା ଭଳି ରିପୋର୍ଟ ଦେବାକୁ ସେ ଏହି ଟଙ୍କା ମାଗିଥିଲେ। ପ୍ରଥମେ ୧୫ ହଜାର ଟଙ୍କା ମାଗିଥିଲେ। ପରେ ୧୨ ହଜାର ଟଙ୍କା ଲାଞ୍ଚ ନେବାକୁ ରାଜି ହୋଇଥିଲେ। ତେବେ ଲାଞ୍ଚ ନେବା ବେଳେ ଧରିବା ସହ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ।
ଟ୍ରାପ ପରେ ଏବେ ଏଆରଆଇ ଅଭିମନ୍ୟୁ ବେହେରାଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଟିମ୍। ଏବେ ୨ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ। ରାଜସ୍ୱ ନିରୀକ୍ଷକଙ୍କ ଆଳି ଓ ଗରାପୁର ବାସଭବନରେ ଚଢାଉ କରିଛି ଭିଜିଲାନ୍ସ।
ଅଧିକ ପଢନ୍ତୁ: କିରାଣୀ ଚଳୁ କରିଦେଲେ ୬୮ ଲକ୍ଷ ଟଙ୍କା