ଭୁବନେଶ୍ୱର: ପଦ ଛାଡିଛନ୍ତି ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ। ବିଜେଡିରୁ ସିନିୟର୍ ସିଟିଜେନ୍ ସେଲ୍ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି। ଦଳ ତାଙ୍କୁ ଆଉ ଗୁରୁତ୍ୱ ଦେଉନଥିବାରୁ ପଦବୀ ଛାଡିଥିବା ସେ ପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ଦଳ ଛାଡିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଦେବାଶିଷ ସାମନ୍ତରାୟ। ପଦ ଛାଡିବା ପଛର ସାଂଘାତିକ କାରଣ କହିଛନ୍ତି।
ସେ କହିଛନ୍ତି, ମୁଁ ୫ ମାସ ଆଗରୁ ଏ ଚିଠି ଦେଇଥିଲି, ଯେହେତୁ ଅସୁସ୍ଥ ଥିଲେ ନବୀନ, ତେଣୁ ମୁଁ ଗଣମାଧ୍ୟମରେ ଆସିପାରିନଥିଲି ଏହା ପରେ ଯେତେ ଚେଷ୍ଟା କଲି ତାଙ୍କୁ ଦେଖାକରିବାକୁ, ସେ ମତେ ଦେଖାକରିବାକୁ ଦେଲେନି ତେଣୁ ବାଧ୍ୟ ହୋଇ ମୁଁ ଆଜି ତାଙ୍କୁ ଆଉଥରେ ଏହି ଚିଠି ଲେଖିଲି।
ବର୍ତମାନର ବିଜୁ ଜନତା ଦଳ ଯାହା ସାମ୍ନା କରୁଛି, ଦଳର ପ୍ରତି କର୍ମୀଙ୍କ ମନରେ ଏ ଭାବନା ଆସୁଛି ଯେ, ଆମେ କୋଉଭଳି ଭାବେ ପରିଚାଳିତ ହେଉଛୁ? କିଏ ଏ ଦଳକୁ ପରିଚାଳନା କରୁଛି? କାରଣ ବିଜୁ ବାବୁଙ୍କ ଆଦର୍ଶରେ ଆଉ ବିଜେଡି ପରିଚାଳିତ ହେଉ ନାହିଁ ବୋଲି କହିଛନ୍ତି। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, "ଯୋଉ କଥା ମତେ ସବୁଠୁ ବେଶୀ ବଢ଼ିଲା, ତା ହେଉଛି, ମତେ ଗୋଟେ ଏଭଳି ପଦବୀ ଦେଲେ ଦଳରେ, ତାର କୌଣସି ମାନେ ନାହିଁ...କାରଣ ମୁଁ ବୁଝି ପାରୁନାହିଁ ଉପସଭାପତି ରାଙ୍କର ମାନେ କ'ଣ ? ବ୍ୟୁରୋକ୍ରାଟିକରେ ଏହି ଶବ୍ଦ ନିରର୍ଥକ ଓ ଲଜ୍ଜାଜନକ। ଏବେ ବିଜେଡି ଦଳ ସ୍ପଷ୍ଟଭାବେ ଜଣାପଡିଲାଣି ଏହା ବର୍ତମାନ ବ୍ୟୁରୋକ୍ରାଟିକ ହୋଇଯାଇଛି" ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ।
ଅଧିକ ପଢନ୍ତୁ: ଦଳୀୟ ପଦ ଛାଡ଼ିଲେ ସାଂସଦ ଦେବାଶିଷ ସାମନ୍ତରାୟ