ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟର ୩୧ ତମ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ବିଭାଗର ଆଗତ ୩ଟି ପ୍ରସ୍ତାବକୁ ଅନୁମୋଦନ । ବୈଠକ ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।
ପ୍ରଥମ ପ୍ରସ୍ତାବରେ ଉଚ୍ଚ ମାଧ୍ୟମିକ (10+2) ସ୍ତର କିମ୍ବା ସମାନ ସ୍ତର ଅନସ୍ଥ ସ୍ବତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ, ୨୦୨୨ ର ସଂଶୋଧନ କରାଯାଇଛି ।୨୦୨୨ର ନିୟମ-୩ ରେ ଧାର୍ଯ୍ୟ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ, ଉଚ୍ଚ ମାଧ୍ୟମିକ (10+2) ସ୍ତର କିମ୍ବା ସମାନ ସ୍ତର ଅଧିନସ୍ଥ ସ୍ବତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ, ୨୦୨୨ ର ସିଡ୍ୟୁଲ-୧ରେ ୧ ଗୋଟି ନୂତନ ପଦବୀ ତଥା ସ୍ଵରାଷ୍ଟ୍ର ବିଭାଗର ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର ଅଧୀନରେ ଥିବା କନିଷ୍ଠ ଅପରାଧ ବିଧା ସହାୟକ ପଦବୀକୁ ଅନ୍ତର୍ଭୂକ୍ତ କରାଯିବ ।
ଯାହାଫଳରେ, ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ ସର୍ବମୋଟ ୧୨ ଗୋଟି ଭିନ୍ନ ପଦବୀ ଗୁଡିକୁ ମିଳିତ ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ | ସେହିପରି ରାଜ୍ୟ ସରକାରଙ୍କ ଅଧନସ୍ଥ ଖ–ବର୍ଗ ଏବଂ ଗ-ବର୍ଗ ଅନ୍ତର୍ଗତ ବିଭିନ୍ନ ସେବା ଓ ପଦବୀ ରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ, ୨୦୨୨ ର ସଂଶୋଧନ କରିଛି ରାଜ୍ୟ କ୍ୟାବିନେଟ I ଯାହାଫଳରେ, ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ ସର୍ବମୋଟ ୨୪ ଗୋଟି ଭିନ୍ନ ପଦବୀ ଗୁଡିକୁ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ |
ଅନ୍ୟପଟେ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଖ-ବର୍ଗ ଏବଂ ଗ-ବର୍ଗ ଅନ୍ତର୍ଗତ ସ୍ବତନ୍ତ୍ର ସେବା ଓ ପଦବୀ ରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ, ୨୦୨୨ ର ସଂଶୋଧନ କରାଯାଇଛି ।୨୦୨୨ ର ନିୟମ-୩ ରେ ଧାର୍ଯ୍ୟ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ, ରାଜ୍ୟ ସରକାରଙ୍କ ଅଧୁନସ୍ଥ ଖ-ବର୍ଗ ଏବଂ ଗ-ବର୍ଗ ଅନ୍ତର୍ଗତ ସ୍ବତନ୍ତ୍ର ସେବା ଓ ପଦବୀ ରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ, ୨୦୨୨ ର Schedule-1 ରେ ୧୪ ଗୋଟି ନୂତନ ପଦବୀକୁ ଅନ୍ତର୍ଭୂକ୍ତ କରାଯିବା ସହିତ ପୂର୍ବରୁ ଅନ୍ତର୍ଭୂକ୍ତ ହୋଇଥିବା ୪ ଗୋଟି ପଦବୀକୁ ବାଦ ଦିଆଯିବ ।
Also read: ଲୋକଙ୍କ ସେବକ ହୋଇ କାମ କରିବାକୁ କଡ଼ା ନିର୍ଦ୍ଦେଶ ଦେଲେ ରାଜସ୍ଵ ମନ୍ତ୍ରୀ